Latest Odisha News

BREAKING NEWS

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ଗ୍ରହଣ କଲେ ପରେଡ ଅଭିବାଦନ

ଭୁବନେଶ୍ୱର: ସାରାଦେଶ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସମାରୋହ ଆରମ୍ଭ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ପରେଡ୍ ଅଭିବାଦନ ଗ୍ରହଣ କରୁଛନ୍ତି ରାଜ୍ୟପାଳ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟପାଳ ସକାଳ ୮ଟା ୩୦ ମିନିଟରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ପରେଡ୍‌ କମାଣ୍ଡର ଭାବରେ ଡିସିପି ସାଗରିକା ନାଥ ଟ୍ରୁପ୍‌ର ନେତୃତ୍ବ ନେବା ସହ ପ୍ୟାରେଡ ଆରମ୍ଭ କରିବା ପାଇଁ ରାଜ୍ୟପାଳଙ୍କ ଅନୁମତି ଲୋଡିଥିଲେ।

ରାଜ୍ୟପାଳଙ୍କ ଅନୁମତି ପରେ ଆରମ୍ଭ ହୋଇଯାଇଛି ପ୍ୟାରେଡ। ଏହାସହ ୧୨୦ ବାଟାଲିୟନ୍‌, ସିଆରପି, ଆରପିଏଫ୍‌, ରାଜ୍ୟ ପୁଲିସର ଆଇଆର୍‌ ବାଟାଲିୟନ୍‌, ଓଏସ୍‌ଏପି, ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ, ଏସ୍‌ଓଜି, ବ୍ରାସ୍‌ବ୍ୟାଣ୍ଡ, ଓଏସ୍‌ଏଏଫ୍‌, ଓଆଇଏସ୍‌ଏଫ୍‌, ଏପିଆର, ଟ୍ରାଫିକ୍‌ ପୁଲିସ (ମହିଳା), ଅଗ୍ନିଶମ, ଓଡ୍ରାଫ୍‌, ହୋମ୍‌ଗାର୍ଡ, ସିଭିଲ୍‌ ଡିଫେନ୍ସ, ଏନ୍‌ସିସି, ସୈନିକ ସ୍କୁଲ ସମେତ ମୋଟ ୪୮ଟ୍ରୁପ୍‌ ପରେଡ୍‌ ପ୍ରଦର୍ଶନ କରିବେ।

୧୧ଟି ବିଭିନ୍ନ ସରକାରୀ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି ।

ଏହାସହ ଗୋଟିପୁଅ, ଯୋଡ଼ି ଶଙ୍ଖ, ସମ୍ବଲପୁରୀ, ବଣ୍ଡା ନୃତ୍ୟ ଆକର୍ଷଣ ସାଜିବ ବୋଲି ଜଣାପଡିଛି ।

Leave A Reply

Your email address will not be published.