Latest Odisha News

BREAKING NEWS

ଗୋବିନ୍ଦାଙ୍କ ପାଖକୁ ହଠାତ ବହୁତ ଅର୍ଥ ଆସିଗଲା, ୧୦୦ ରିକ୍ସା କିଣିବେ ବୋଲି କରିଥିଲେ ଯୋଜନା

ମୁମ୍ବାଇ: ଗୋବିନ୍ଦାଙ୍କୁ କିଏ ବା ନ ଜାଣେ । ବଲିଉଡର ଏହି ମହାନ କଳାକାରଜଣଙ୍କ ଡ୍ୟାନ୍ସିଂ ଷ୍ଟାରରୁ କ୍ୟାରିୟର ଆରମ୍ଭ କରି ଶେଷରେ କମେଡି କିଙ୍ଗ ସାଜିଥିଲେ । ସେ ଜଣେ ଅଲରାଉଣ୍ଡର ଅଭିନେତା । ନିକଟରେ ଏକ ସାକ୍ଷାତକାରରେ ଗୋବିନ୍ଦା ତାଙ୍କ କ୍ୟାରିୟର ଆରମ୍ଭ ସମୟର ମଜାଦାର କଥା ଶେୟାର କରିଛନ୍ତି । ଯେତେବେଳେ ତାଙ୍କ ଚାହିଦା ବଢ଼ିଲା ତାଙ୍କ ପାଖକୁ ବହୁତ ଅର୍ଥ ଆସିବାକୁ ଲାଗିଲା । ଏକଦା ସେ ୭୦ ଫିଲ୍ମ ଏକାଠି ସାଇନ କରିଥିଲେ । ପୂର୍ବରୁ ତାଙ୍କ ପରିବାର ଅଭାବରେ ଦିନ କାଟୁଥିଲେ । ଗୋବିନ୍ଦା ତାଙ୍କ ଭାଇ କୀର୍ତି କୁମାରଙ୍କୁ କହିଥିଲେ ଏକତ୍ର ୧୦୦ଟି ରିକ୍ସା କିଣିବା ? ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

କୀର୍ତି କହିଥିଲେ ତୁମ ହାତରେ ବ୍ୟବସାୟ ହେବନି । ଅବଶ୍ୟ ପରେ ସେ ରିକ୍ସାରୁ ଟ୍ରକ ଆଡକୁ ଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ଏହି ଘଟଣାକୁ ମନେ ପକାଇ ଗୋବିନ୍ଦା ଏବେ ବି ହସନ୍ତି ବୋଲି କହିଛନ୍ତି । ସେ ଏବେ ତାଙ୍କ ପୁଅ ଯଶବର୍ଦ୍ଧନ ଆହୁଜାଙ୍କୁ ଲଂଚ କରିବାକୁ ଯାଉଛନ୍ତି । ଏଥିପାଇଁ ଭଲ ପ୍ରଡକ୍ସନ ହାଉସ ଓ କାହାଣୀ ସନ୍ଧାନରେ ଗୋବିନ୍ଦା ଅଛନ୍ତି ।

Comments are closed.