Latest Odisha News

ହରିୟାଣା ହିଂସା ସମ୍ପର୍କୀତ ବିବାଦୀୟ ଟୁଇଟ ନେଇ ମୁହଁ ଖୋଲିଲେ ଗୋବିନ୍ଦା

ନୂଆଦିଲ୍ଲୀ: ହରିୟାଣା ହିଂସା ଉପରେ ଫିଲ୍ମଷ୍ଟାର ଗୋବିନ୍ଦାଙ୍କ ଏକ ବିବାଦୀୟ ଟୁଇଟ ଚର୍ଚ୍ଚାର କାରଣ ସାଜିଥିଲା । ଏବେ ଏହି ଟୁଇଟ ସମ୍ପର୍କରେ ସେ ମୁହଁ ଖୋଲିଛନ୍ତି । ଗୋବିନ୍ଦା କହିଛନ୍ତି, ମୋ ଟୁଇଟର ଆଇଡି ହ୍ୟାକ ହୋଇଯାଇଥିଲା । ମୁଁ ଏ ସମ୍ପର୍କରେ ମୁମ୍ବାଇ ସାଇବର କ୍ରାଇମ ନିକଟରେ ଅଭିଯୋଗ ମଧ୍ୟ କରିଥିଲି । ଏବେ କିଛି ଦିନ ହେବ ମୁଁ ଟୁଇଟର ବ୍ୟବହାର କରୁ ନ ଥିଲି । ରାଜନୀତିରୁ ୧୮ ବର୍ଷ ହେବ ମୁଁ ଦୁରେଇ ରହିଛି । ଏହି ଦଳଦଳରେ ଆଉ ପଶିବାକୁ ଚାହୁଁନି । ରିପୋର୍ଟ ମୁତାବକ ୩୧ ଜୁଲାଇରେ ନୁଁହରେ ବିଶ୍ୱ ହିନ୍ଦୁ ପରିଷଦ ବ୍ରଜ ମଣ୍ଡଳ ଯାତ୍ରା ବାହାର କରିଥିଲେ । ବଡକାଳୀ ଛକ ନିକଟରେ ଏହି ଶୋଭାଯାତ୍ରା ଉପରେ ପଥରମାଡ ହୋଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଅଂଚଳରେ ହିଂସା ଲାଗି ରହିଛି ।

ସେ ସମୟରେ ଗୋବିନ୍ଦାଙ୍କ ଆକାଂଉଟରୁ ହିଂସାର ଏକ ଭିଡିଓ ସହ ଲେଖା ଯାଇଥିଲା, ସେମାନଙ୍କୁ ଲାଜ ଲାଗିବା କଥା ଯିଏ ନିଜକୁ ହିନ୍ଦୁ କହିବା ସହ ଏ ଭଳି କାର୍ଯ୍ୟ କରୁଛି । ଆମ ଦେଶ ଲୋକତନ୍ତ୍ରରେ ଚାଲିଥାଏ । ଏଠି ଏକଚ୍ଛତ୍ରବାଦ ଶାସକଙ୍କ ସ୍ଥାନ ନାହିଁ । ଏହା ପରେ ଗୋବିନ୍ଦାଙ୍କୁ ୟୁଜର୍ସମାନେ ଟ୍ରୋଲ କରିଥିଲେ । ୨୦୦୪ରେ ଗୋବିନ୍ଦା କଂଗ୍ରେସ ସାଂସଦ ରହିଥିଲେ । ଇନଷ୍ଟାଗ୍ରାମରେ ଗୋବିନ୍ଦା ଏ ସମ୍ପର୍କରେ ପ୍ରଶଂସକଙ୍କ ନିକଟରେ ସମସ୍ତ ତଥ୍ୟ ରଖିଛନ୍ତି ।

Comments are closed.