Latest Odisha News

BREAKING NEWS

୨୦ ବର୍ଷ ପରେ ପୁଣି ପରଦାକୁ ଆସିିଲା ହ୍ରିତିକ ରୋଶନଙ୍କ ‘କୋଇ … ମିଲ ଗୟା’

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଶୁକ୍ରବାର ପୁଣି ପରଦାକୁ ଆସିିଛି ବଲିଉଡ଼ର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ‘କୋଇ … ମିଲ ଗୟା’ । ପ୍ରଖ୍ୟାତ ନିର୍ମାତା-ନିର୍ଦେଶକ ରାକେଶ ରୋଶନଙ୍କ ବ୍ଲକବଷ୍ଟର ଫିଲ୍ମ ‘କୋଇ … ମିଲ ଗୟା’ ଦେଶର ୩୦ଟି ସହରରେ ପୁଣି ରିଲିଜ୍ କରାଯାଇଛି । ଫିଲ୍ମର ୨୦ତମ ବାର୍ଷିକୀ ପାଳନ ଅବସରରେ ପୁଣି ଥରେ ଏହାକୁ ରିଲିଜ୍ କରାଯାଇଛି । ଏହାକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା ଜଣାଯାଇଛି ।

୨୦୦୩ ମସିହା ଅଗଷ୍ଟ ୮ ତାରିଖରେ ରିଲିଜ୍ ହୋଇଥିଲା ରାକେଶ ରୋଶନଙ୍କ ନିର୍ଦେଶିତ ଫିଲ୍ମ ‘କୋଇ ମିଲ ଗୟା’ । ଏହି ଫିଲ୍ମରେ ଅଭିନେତା ହ୍ରିତିକ ରୋଶନ ଓ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ରେଖା, ରାକେଶ ରୋଶନ, ଜନି ଲିଭର, ରଜତ ବେଦୀ, ପ୍ରେମ ଚୋପ୍ରା, ଶିଶୁ ଅଭିନେତା ହଂସିକା ମୋଟୱାନି ଏବଂ ଅନୁଜ ପଣ୍ଡିତ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ବିଜ୍ଞାନ-କାଳ୍ପନିକ ଡ୍ରାମାକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ,

ରାକେଶ ରୋଶନ କୋଡ଼ିଏ ବର୍ଷ ପୂର୍ବେ ଜାଦୁ ସହିତ ପରିଚିତ କରାଇଥିଲେ, ଯିଏକି ଏହି ଫିଲ୍ମରେ ହ୍ରିତିକଙ୍କ ଚରିତ୍ର ରୋହିତ ମେହେରାଙ୍କ ଜୀବନ ପରିବର୍ତ୍ତନ କରିଥିଲେ । ଏଥିରେ ହ୍ରିତିକ ମାନସିକ ସ୍ତରରେ ଅନଗ୍ରସର ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହାଙ୍କର ଜାଦୁର ଆଗମନ ପରେ ଜୀବନ ବଦଳିଯାଇଛି ।

Leave A Reply

Your email address will not be published.