Latest Odisha News

BREAKING NEWS

ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଆକ୍ଟର ଆୱାର୍ଡ ପାଇଲେ ମନୋଜ ବାଜପେୟୀ

ମୁମ୍ବାଇ: ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୩ରେ ବେଷ୍ଟ ଆକ୍ଟର ଆୱାର୍ଡ ପାଇଲେ ଅଭିନେତା ମନୋଜ ବାଜପେୟୀ । ଫିଲ୍ମ ‘ଜୋରାମ’ ପାଇଁ ତାଙ୍କୁ ଏହି ଆୱାର୍ଡ଼ ମିଳିଛି । ଏନେଇ ମନୋଜ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେବା ସହ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନିକଟରେ ଡର୍ବାନ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମ ‘ଜୋରାମ’ କୁ ଦୁଇଟି ପୁରସ୍କାର ମିଳିଛି । ଏଥିରେ ମନୋଜ ବାଜପେୟୀଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିବା ବେଳେ ପିୟୁସ ପୁଟ୍ଟିଙ୍କୁ ମିଳିଛି ବେଷ୍ଟ ସିନେମାଟୋଗ୍ରାଫି ଆୱାର୍ଡ । ଦୁଇଦୁଇଟି ପୁରସ୍କାର ପାଇଥିବାରୁ ଫିଲ୍ମର ପୁରା ଟିମ୍ ଖୁସି ବ୍ୟକ୍ତ କରିଛନ୍ତି ।

‘ଜୋରାମ’ ଫିଲ୍ମଟି ହେଉଛି ଏକ ସର୍ଭାଇଭାଲ-ଥ୍ରୀଲର ମୁଭି । ଏହା ସ୍ଥାନାନ୍ତର ହୋଇଥିବା ଜଣେ ଦେଶୀୟ ନାଗରିକଙ୍କ କାହାଣୀ । ଅଭିନେତା ମନୋଜ ବାଜପେୟୀ କହିଛନ୍ତି, ଦର୍ସୁ ଭଳି ଏକ ଜଟିଳ ଚରିତ୍ରରେ ଅଭିନୟ କରି ମୁଁ ବହୁତ ଖୁସି । ବାହାରୁ ଏହି ଚରିତ୍ରଟି ଜଣେ ଅଡିନାରୀ ମ୍ୟାନ ଭଳି ଦେଖାଯାଉଥିବା ବେଳେ ସେ କେବେ ଲୋକ ଲୋଚନକୁ ଆସି ନ ଥାଏ, ହେଲେ ଏହି ଫିଲ୍ମକୁ ଦୁଇ ଦୁଇଟା ପୁରସ୍କାର ମିଳିବା ବହୁତ ବଡ଼ କଥା । ସେଥିଲାଗି ମୁଁ ବହୁତ ଖୁସିହେବା ସହ ଆମର ପୁରା ଟିମ୍ ମଧ୍ୟ ଖୁସି ଅଛନ୍ତି । ମୋତେ ଏହି ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଥିବାରୁ ପ୍ରଯୋଜନା ସଂସ୍ଥାକୁ ସେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.