Latest Odisha News

BREAKING NEWS

ଗୁଜରାଟ ସୀମାରେ ପାକିସ୍ତାନ ନେଭିର ଅଭ୍ୟାସ

ଅହମ୍ମଦାବାଦ: ଆରବ ସାଗରରେ ଭାରତୀୟ ସୀମା ନିକଟରେ ପାକିସ୍ତାନ ନେଭି ଜୋରଦାର ଅଭ୍ୟାସ କରିଛି । ୫ ଯୁଦ୍ଧ ଜାହଜ ଓ ଗୋଟିଏ ହେଲିକପ୍ଟର ଏଥିରେ ସାମିଲ ହୋଇଥିଲେ । ଭାରତର ଏଜେନ୍ସି ଓ ସୁରକ୍ଷାବଳ ଏଥିନେଇ ଅବଶ୍ୟ ସତର୍କ ଥିଲେ । ଅବଶ୍ୟ ପାକିସ୍ତାନ ସୀମା ଉଲ୍ଲଂଘନ କରିବାର ଦୁଃସାହସ କରି ନ ଥିଲା । କିଛି ଘଂଟା ପରେ କରାଚୀ ଅଭିମୁଖେ ଯୁଦ୍ଧ ଜାହଜ ଫେରି ଯାଇଥିଲା ।

ସେପ୍ଟମ୍ବରରେ ପାକ ନେଭି ୪୦ ଭାରତୀୟ ମାଛଧରାଳିଙ୍କୂ ଧରି ନେଇଥିଲେ । ଏ ପର୍ଯ୍ୟନ୍ତ ସେମାନଙ୍କୁ ଛଡାଯାଇ ନାହିଁ । ସେହିପରି ଚୀନ-ପାକିସ୍ତାନ ଇକୋନୋମିକ କରିଡର କଛ ସୀମା ପର୍ଯ୍ୟନ୍ତ ଆସି ଯାଇଥିବାରୁ ଉତେଜନା ବୃଦ୍ଧି ପାଇଛି ।

Leave A Reply

Your email address will not be published.