Latest Odisha News

ପ୍ରେସମିଟ୍‌ରେ ଶ୍ରେୟା ମିଶ୍ରଙ୍କ ବଡ଼ ଖୁଲାସା, ବିବାଦରେ ତୃତୀୟ ଲୋକର ସମ୍ପୃକ୍ତି

ଭୁବନେଶ୍ୱର: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପାରିବାରିକ ବିବାଦ ମାମଲା। ସମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ମିଶ୍ର । ପ୍ରେସମିଟରେ ଶ୍ରୀୟା ପୁଣି ଥରେ ପୂର୍ବ କଥା ଦୋହରାଇଛନ୍ତି । କହିଲେ ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲି  ।  ଝିଅର ଜନ୍ମ ପରେ ହ୍ୟୁମାନଙ୍କ ନିର୍ଯାତନା ଧୀରେ ଧୀରେ ବଢ଼ିବାରେ ଲାଗିଥିଲା।  ହ୍ୟୁମାନ ପ୍ରବଳ ମଦ୍ୟପାନ କରୁଥିଲେ, ବାରଣ କରିବାରୁ ମାଡ଼ ମାରୁଥିଲେ । କେବଳ ସେତିକି ନୁହେଁ, ଝିଅ ପ୍ରତି ହ୍ୟୁମାନଙ୍କ ସେତେ ଭଲପାଇବା ନଥିଲା ବୋଲି ଶ୍ରୀୟା କହିଛନ୍ତି ।

ଏଥିସହ ଶାଶୁଘର ଲୋକେ ତାଙ୍କ ନିୟମ ମାନି ଚଳିବାକୁ ବାଧ୍ୟ କରୁଥିଲେ। ସିନ୍ଦୂର ଟିକିଲି ଲଗାଇବାକୁ ମଧ୍ୟ ବାରଣ କରୁଥିଲେ। ହେଲେ ଏଥି ପାଇଁ ଶାଶୁ କେବେ ବି ନିର୍ଯାତନା ଦେଇନାହାଁନ୍ତି । ଯଦି କିଏ ନିର୍ଯାତନା ଦେଇଛନ୍ତି ସେ ଥିଲେ ହ୍ୟୁମାନ  । ଖାଲି ସେତିକି ନୁହେଁ ଏହି ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କହିଛନ୍ତି ଶ୍ରେୟା । ତୃତୀୟ ବ୍ୟକ୍ତିଙ୍କ ନାଁ ସ୍ପଷ୍ଟ କରିନଥିବା ବେଳେ ଆଗକୁ ସବୁକିଛି ସ୍ପଷ୍ଟ ହେବ। ତେଣୁ ମୁଁ ଚାହେଁ ଆପୋଷ ବୁଝାମଣା ହେଉ। ମୋତେ ସ୍ତ୍ରୀର ସମ୍ମାନ ମିଳିଲେ ମୁଁ ପୁଣି ଫେରିବି ବୋଲି କହିଛନ୍ତି ଶ୍ରୀୟା ।

ସେପଟେ ଶ୍ରେୟାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ହ୍ୟୁାମନ  । କହିଛନ୍ତି ଭୁଲ୍‌ ମାଗିଲେ ସବୁକିଛି ସମାଧାନ ହୋଇଯିବ  । ତେବେ କିଏ କାହାକୁ ଭୁଲ୍‌ ମାଗିବ ? ହ୍ୟମାନ ନିଜର ଭୁଲ୍‌ ବୁଝିପାରି ଶ୍ରେୟାଙ୍କୁ କୋଳେଇ ନେବେ କି ?  ନାଁ ଶ୍ରେୟା ହ୍ୟୁମାନଙ୍କ ଉପରେ ଲଗାଇଥିବା ଅଭିଯୋଗକୁ ପାଶୋରି ନେଇ ପରିବାରକୁ ଫେରିବେ ? ଏବେ କଣ୍ଠଶିଳ୍ପୀ ହ୍ୟୁମାନଙ୍କ ଘର କଳି ଦାଣ୍ଡରେ ପଡ଼ୁଥିବା ବେଳେ ସମସ୍ତଙ୍କ ନଜର ରହିଛି  ।

Leave A Reply

Your email address will not be published.