Latest Odisha News

ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ବଢାଇଲେ ସରକାର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଯାହାଫଳରେ ତୈଳ ଦର ବଢିବା ସହ ପ୍ରାୟ ୩୯,୦୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ସରକାର ପାଇବେ ।

ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟରେ ପରିବର୍ତ୍ତନ ହେବ ନାହିଁ କାରଣ ଏହା ଆନ୍ତର୍ଜାତିକ ବଜାରରେ ହ୍ରାସ ପାଇଛି ।

ପେଟ୍ରୋଲ ଉପରେ ସ୍ୱତନ୍ତ୍ର ଏକ୍ସାଇଜ୍ ଡ୍ୟୁଟି ପେଟ୍ରୋଲ ପିଛା ଲିଟର ପିଛା ୨ ରୁ ୮ ଟଙ୍କା ଏବଂ ଡିଜେଲ କ୍ଷେତ୍ରରେ ୨ରୁ ୪ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ପେଟ୍ରୋଲ ଏବଂ ଡିଜେଲରେ ପ୍ରତି ଲିଟର ପିଛା ରୋଡ୍ ସେସ୍ ୧ ଟଙ୍କା ବୃଦ୍ଧି କରାଯାଇ ଡିଜେଲରେ ପ୍ରତି ଲିଟର ୧୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ପେଟ୍ରୋଲ ଉପରେ ମୋଟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୨୨.୯୮ ଟଙ୍କା ଏବଂ ଡିଜେଲ ଉପରେ ୧୮.୮୩ ଟଙ୍କା ରହିଛି।

ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ୬୮.୮୩ ଏବଂ ଡିଜେଲର ମୂଲ୍ୟ ବର୍ତ୍ତମାନ ୬୬.୯୯ ରହିଛି।

Leave A Reply

Your email address will not be published.