ନୂଆଦିଲ୍ଲୀ : କେନ୍ଦ୍ର ସରକାର ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧ ହାର ବୃଦ୍ଧି କରିଛନ୍ତି । ଜାନୁଆରୀ ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏସବୁ ଖାତାରେ ସୁଧ ବଢିବ । ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଖାତା ପାଇଁ ଭିନ୍ନ ଭିନ୍ନ ସୁଧ ହାର ଧାର୍ଯ୍ୟ ହୋଇଛି । ୨୦ରୁ ୧୧୦ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ବର୍ଦ୍ଧିତ ହେବ । ଯାହା ୪.୦ପ୍ରତିଶତରୁ ୭.୬ ପ୍ରତିଶତ ମଧ୍ୟରେ ରହିବ ।
ବର୍ଷିକିଆ ଡିପୋଜିଟରୁ ଆରମ୍ଭ କରି ପାଞ୍ଚବର୍ଷିଆ ଡିପୋଜିଟ, ପାଞ୍ଚବର୍ଷିଆ ରେକରିଂ ଡିପୋଜିଟ୍, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ମାସିକିଆ ଆୟ ଆକାଉଣ୍ଟ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍, କିଶାନ ବିକାଶ ପତ୍ରରେ ସୁଧ ହାର ବୃଦ୍ଧି ହୋଇଛି । ତେବେ ପପିଏଫ୍ ସ୍କିମ୍ ଓ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ସ୍କିମରେ ସୁଧ ହାର ଅପରିବର୍ତ୍ତିତ ରହିଛି ।
ପୂର୍ବରୁ କେନ୍ଦ୍ର ସରକାର ଅକ୍ଟୋବରରୁ ଡିସେମ୍ୱର ତ୍ରୈମାସିକରେ କେତେକ ସଞ୍ଚୟ ଯୋଜନାରେ ୧୦-୩୦ ବେସିସ୍ ପଏଣ୍ଟ ସୁଧ ବୃଦ୍ଧି କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୁଧ ହାର ବୃଦ୍ଧି କରିବା ପରେ କେନ୍ଦ୍ର ସରକାର ମଧ୍ୟ ସଞ୍ଚୟ ଖାତାରେ ସୁଧ ହାର ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି ।
Comments are closed.