ଭୁବନେଶ୍ୱର: ଔଷଧ ଅସଲି କି ନକଲି ଜାଣିବା ପାଇଁ ଆସୁଛି ଏକ ନୂଆ କୌଶଳ । ଏହାଦ୍ୱାରା ଗ୍ରାହକ ଠକେଇ ହେବାରୁ ବଞ୍ଚିତ ହେବା ନେଇ ଆଶା ପ୍ରକାଶ ପାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ସବୁ ଔଷଧ ସାମଗ୍ରୀର ପ୍ୟାକ୍ ଉପରେ ରହିବ କ୍ବିକ୍ ରେସପନ୍ସ (କ୍ୟୁଆର୍) କୋଡ଼ । ଏହାଦ୍ୱାରା କେଉଁ ଔଷଧ ଅସଲି ଓ କେଉଁଟି ନକଲି ତାହା ଗ୍ରାହକଙ୍କୁ ଜାଣିବାରେ ସହାୟକ ହେବ। ଏହି କୋଡ୍ ଔଷଧ କେଉଁଠାରୁ ଆସୁଛି ତାହା ଉପରେ ନଜର ରଖିବା ସହ ନକଲି ଔଷଧ ସାମଗ୍ରୀର ଉପଲବ୍ଧତା କମ୍ କରିବ।
ଏପରି ଏକ ନୂଆ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ କେନ୍ଦ୍ରସରକାର ବିଚାର ବିମର୍ଶ କରୁଛନ୍ତି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି।
Comments are closed.