Latest Odisha News

BREAKING NEWS

ଜାୟଡସ୍ କାଡିଲା ଟିକା ‘ଜାୟକୋଭ୍-ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ କମିଟି । ବିଶ୍ୱର ପ୍ରଥମ ଓ ଭାରତରେ ନିର୍ମିକ ଡିଏନଏ ବେସ୍ ଭ୍ୟାକସିନ୍ ଜାୟକୋଭ୍-ଡି ।

ଜାୟକୋଭ୍-ଡି ଟିକା ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇ ପାରିବ । ଏହାର ତିନିଟି ଡୋଜ୍ ନେବାକୁ ପଡ଼ିବ । ଜାୟଡସ୍ କାଡିଲା ଦାବି କରିଛି ଭାରତେର ସବୁଠୁ ବଡ଼ ଟିକା ଟ୍ରାଏଲ୍ ଅଭିଯାନ କରିଛି । ୫୦ରୁ ଅଧିକ କେନ୍ଦ୍ରରେ ଭ୍ୟାକସିନ୍ ପରୀକ୍ଷଣ ହୋଇଛି ।

ଜାଇକୋଭ୍-ଡି ହେଉଛି ଭାରତରେ ଜରୁରିକାଳୀନ ବ୍ୟବହାର ଅନୁମତି ପାଇଥିବା ଷଷ୍ଠ ଟିକା । ବର୍ତ୍ତମାନ ସୁଦ୍ଧା ସେରମର କୋଭିସିଲ୍ଡ, ଭାରତ ବାୟୋଟେକର କୋଭିସିଲ୍ଡ, ରୁଷ୍ ଟିକା ସ୍ପୁଟନିକ-ଭି, ଆମେରିକା ଟିକା ମଡେର୍ଣ୍ଣା ଏବଂ ଜନସନ୍ ଏଣ୍ଡ ଜନସନ୍ ଟିକାକୁ ମଞ୍ଜୁରୀ ମିଳି ସାରିଛି ।

Leave A Reply

Your email address will not be published.