Latest Odisha News

[ଭିଡିଓ] ଆମ୍ବୁଲାନ୍ସ ପାଇଁ ୩ କି.ମି ଚାଲିଲେ ଗର୍ଭବତୀ ମହିଳା

ରାୟଗଡା: ଜନନୀ ଭୋଗୁଛି ଯନ୍ତ୍ରଣା । ସାମ୍ନାକୁ ଆସିଲା ଆଉ ଏକ ଅଭାବନୀୟ ଘଟଣା । ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଚର୍ଚ୍ଚାକୁ ଆସିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ପଂଚୁବାଇ ଗାଁ । ଡାକ୍ତରଖାନା ଯିବା ପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡିଥିଲା ।

BjdElectrycity

ପଂଚୁବାଇ ଗାଁର କୁମାରୀ ସାରିକା । ଆଜି ତାଙ୍କ ଗର୍ଭରେ ଯନ୍ତ୍ରଣା ହେବାରୁ ଜଣେ ଆଶା କର୍ମୀଙ୍କ ସହାୟତାରେ ସେ ଡାକ୍ତରଖାନା ବାହାରିଥିଲେ । ଏମିତି କି ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ମଧ୍ୟ ସାରିକାଙ୍କୁ ଅପେକ୍ଷା କରିଥିଲା । ହେଲେ ପଂଚୁବାଇ ଗାଁକୁ ଭଲ ରାସ୍ତା ନଥିବାରୁ ସାରିକାଙ୍କୁ ଆମ୍ବୁଲାନ୍ସ ନିକଟରେ ପହଂଚିବା ପାଇଁ ଦୀର୍ଘ ୩ କି.ମି ଚାଲିବାକୁ ପଡିଥିଲା ।

ଲମ୍ବା ରାସ୍ତା ଚାଲିଚାଲି ଶେଷରେ ଗର୍ଭବତୀ ସାରିକା ଆମ୍ବୁଲାନ୍ସରେ ଚଢି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ମନକୁ ପ୍ରଶ୍ନ ଆସେ, ଗମନାଗମନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ଏଭଳି ଘଟଣା କିନ୍ତୁ ବିକାଶର ଚିତ୍ରକୁ କିଛି ଭିନ୍ନ ଦିଗରେ ଚିତ୍ରଣ କରୁଛି ।

Leave A Reply

Your email address will not be published.