Latest Odisha News

BREAKING NEWS

ଏଥର ଗ୍ରୀଷ୍ମ ଛୁଟିରେ ବି ପିଲା ପଢିବେ ପାଠ; ଆରମ୍ଭ ହେବ ଅବକାସକାଳୀନ ଶିକ୍ଷା

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ଛୁଟିରେ ପିଲାଙ୍କ ପାଠପଢା ସହ ଜଡିତ ରଖିବା ପାଇଁ ଗଣଶିକ୍ଷା ବିଭାଗର ବଡ ଘୋଷଣା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ଏ ସମ୍ପର୍କରେ ଆଜି ଘୋଷଣା କରିଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ମନ୍ତ୍ରୀ କହିଛନ୍ତି,  ମେ ମାସ ୪ ତାରିଖରୁ ସ୍କୁଲରେ ଖରାଛୁଟି ଘୋଷଣା କରାଯିବ । ଛୁଟିରେ ପିଲାମାନେ ଯେପରି ଅଯଥା ବୁଲାବିଲି କରି ସମୟ ନଷ୍ଟ ନକରିବେ ଏବଂ  ପିଲାଙ୍କୁ ପାଠ ପଢା ସହ ଯେପରି ଜଡିତ ରଖାଯିବ ସେଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି ।   ଏଥି ପାଇଁ ସ୍ୱତନ୍ତ୍ର ସିଲାବସ କରାଯାଇଛି ।  କ୍ଲାସର ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ କରାଯିବ ।  ପ୍ରତି ଗ୍ରୁପର ମନିଟର କରିବେ ଜଣେ ଶିକ୍ଷକ ।

ସେମାନେ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପିଲାଙ୍କ ପାଠପଢା ତଦାରଖ କରିବେ ।  ଅବସରକାଳୀନ ସିଲାବସ ଅନୁସାରେ ପିଲା କେତେ ପାଠ ପଢୁଛନ୍ତି ତାହା ଦାୟିତ୍ୱରେ ଶିକ୍ଷକମାନେ ଅଭଭାବକଙ୍କୁ ପଚାରି ବୁଝିବେ ।

Leave A Reply

Your email address will not be published.