Latest Odisha News

BREAKING NEWS

ଚାଲୁ ରହିବ ନବମ ଓ ଦଶମ ଶ୍ରେଣୀ କ୍ଲାସ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ମାମଲାରେ ବୃଦ୍ଧି ସତ୍ତ୍ୱେ ସରକାରୀ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ ବନ୍ଦ କରିବାକୁ କୌଣସି ପ୍ରସ୍ତାବ ନାହିଁ ବୋଲି ସୋମବାର ଦିନ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସ୍ପଷ୍ଟ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଘରୋଇ ବିଦ୍ୟାଳୟଗୁଡ଼ିକରେ କରୋନା ମାମଲା ଚିହ୍ନଟ ହୋଇଥିଲା ସରକାରୀ ବିଦ୍ୟାଳୟରେ ମାମଲା ଚିହ୍ନଟ ହୋଇନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ ସହ ଏସଓପି ଅନୁଯାୟୀ ସରକାରୀ ବିଦ୍ୟାଳୟରେ ଶାରୀରିକ କ୍ଲାସ୍ ଚାଲିଛି।

ସେହିପରି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିସ୍ ଟେଷ୍ଟ ମଙ୍ଗଳବାର ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ କ୍ଲାସ୍ ପୂର୍ବପରି ଜାରି ରହିବ।

Leave A Reply

Your email address will not be published.