Latest Odisha News

BREAKING NEWS

ହୋଲିରେ ଅଘଟଣ, ଅକାଳରେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର: ରାଜ୍ୟରେ ହୋଲିକୁ ନେଇ ଲାଗିଥିଲା ସରକାରୀ କଟକଣା । ତଥାପି ଘରେ ହେଉ ଅବା ସାହି ପଡିଶାରେ ଜମିଥିଲା ହାଲକାଫୁଲକା ହୋଲି ଖେଳର ରଙ୍ଗିନ୍ ମାହୋଲ । ହେଲେ ଏହି ରଙ୍ଗିନ୍ ମାହୋଲରେ ସତରେ ଯେମିତି କଳାର ବାଦଲ ଘୋଟିଆସିଥିଲା ସୋନପୁର ଅଂଚଳରେ ।

ମହାନଦୀରେ ଘଟିଥିଲା ଅଘଟଣ । ହୋଲି ଖେଳିସାରିବା ପରେ ନଦୀକୁ ଗାଧୋଇ ଯାଇଥିବା ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ସୋନପୁର ବ୍ଲକ ଛକ ଅଂଚଳରେ ରହୁଥିବା ୧୦ମ ଶ୍ରଣୀର ଛାତ୍ର ସୁମିତ୍ ମେହେର ବୋଲି ଜଣାପଡିଛି । ଆଜି ସକାଳେ ହୋଲି ଖେଳିବା ପରେ ସେ ନିଜ ସଂପର୍କୀୟଙ୍କ ସହ ମହାଦନୀ ବ୍ରିଜ ତଳ ଘାଟକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ସୁମିତ ହଠାତ୍ ସ୍ରୋତରେ ଭାସିଯାଇଥିଲେ ।

ପରିବାର ଲୋକେ ତାଙ୍କୁ ବହୁ କଷ୍ଟରେ ଉଦ୍ଧାର କରି ଡାକ୍ତରଖାନାରେ ପହଂଚିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.