Latest Odisha News

ଦେଶରେ ଲାଗୁ ହେବ ସାଟେଲାଇଟ୍ ଟୋଲ୍ ସଂଗ୍ରହ ସିଷ୍ଟମ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜପଥରେ ଖୁବ୍ ଶୀଘ୍ର ସାଟେଲାଇଟ୍ ଭିତ୍ତିକ ଟୋଲ୍ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶରେ ସାଟେଲାଇଟ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି।

ବର୍ତ୍ତମାନ ସମୟରେ ଜାତୀୟ ରାଜପଥରେ ଥିବା ଟୋଲ ସିଷ୍ଟମ ଖୁବ ଶୀଘ୍ର ହଟାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଗଡକରୀ ଜୁଲାଇ ୨୬ରେ ଘୋଷଣା କରିଛନ୍ତି ଯେ ସରକାର ଟୋଲ ସମାପ୍ତ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ସାଟେଲାଇଟ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରିବେ।

ତେବେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପଛର ଉଦ୍ଦେଶ୍ୟ ହେଉଛି ଟୋଲ୍ ଆଦାୟ ବୃଦ୍ଧି କରିବା ଏବଂ ଟୋଲ୍ ପ୍ଲାଜାରେ ଭିଡ଼ କମାଇବା।

ସୂଚନା ଅନୁଯାୟୀ, ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ ସେ କହିଛନ୍ତି, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) କାର୍ଯ୍ୟକାରୀ କରିବାକୁ ଯାଉଛି। ପ୍ରଥମେ ଏହା କେବଳ କେତେକ ନିର୍ଦ୍ଦିଷ୍ଟ ଟୋଲ୍ ପ୍ଲାଜାରେ ଲାଗୁ କରାଯିବ।

Comments are closed.