Latest Odisha News

BREAKING NEWS

ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱରର ବାସିନ୍ଦା ବୋଲି ଜଣାପଡିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ୬୦ ବର୍ଷର ବୃଦ୍ଧ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କ ସମ୍ପର୍କରେ ଆସିଥିବା ବିଭିନ୍ନ ଲୋକମାନଙ୍କୁ ଚିହ୍ନଟ ଆରମ୍ଭ ହୋଇଛି । ସୁରକ୍ଷା ଦୃଷ୍ଟିରୁ ତୃତୀୟ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇନାହିଁ ।

ପୂର୍ବରୁ ରାଜଧାନୀର ବଡଗଡ ଅଂଚଳର ଜଣେ ୩୧ ବର୍ଷୀୟ ଯୁବକ ଓ ସାଁପୁର ଅଞ୍ଚଳରେ ରହୁଥିବା ଜଣେ ୨୦ ବର୍ଷୀୟ ଛାତ୍ରଙ୍କ ନମୁନା କରୋନା ପଜିଟିଭ୍ ଆସିଥିଲା । ତିନିଟି ଯାକ କରୋନା ଆକ୍ରାନ୍ତ ରୋଗୀ ଭୁବନେଶ୍ୱରର ହୋଇଥିବାରୁ ରାଜଧାନୀରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି ।

Leave A Reply

Your email address will not be published.