Latest Odisha News

BREAKING NEWS

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି; ପିଲାଙ୍କୁ ମିଳିବ ଗ୍ରେସ ମାର୍କ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ।   ୧୦ମ ଶ୍ରେଣୀ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିବାବେଳେ ବୋର୍ଡ ନିଷ୍ପତ୍ତି ଦେଇଛି ଆଶ୍ୱସ୍ତି   । ପ୍ରଶ୍ନପତ୍ର ତ୍ରୁଟି ପାଇଁ ମିଳିବ ଗ୍ରେସ ମାର୍କ ।

ମାଟ୍ରିକ ପରୀକ୍ଷାରେ ସି ସେଟ୍ ପ୍ରଶ୍ନପତ୍ରରେ  ମୁଦ୍ରଣ ଜନିତ ତ୍ରୁଟି ଥିଲା । ଯେଉଁ ପରୀକ୍ଷାର୍ଥୀ ଭୁଲ ପ୍ରଶ୍ନର ଉତ୍ତର ଖାତାରେ ଲେଖିଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ । ଏ ନେଇ  ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହେଲେ ଯେଉଁ ଛାତ୍ରଛାତ୍ରୀ ଏହି ପ୍ରଶ୍ନର ଉତ୍ତର ଲେଖି ନ ଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ । ଏହି ତ୍ରୁଟି ଯୋଗୁ ଫଳାଫଳରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାଥାଉ କି, ପରୀକ୍ଷାରେ ଭୁଲ୍ ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ ବୋର୍ଡ କର୍ତ୍ତୃପକ୍ଷ ଏହିପରି ସୂଚନା ଦେଇଛନ୍ତି । ବୋର୍ଡ ଉପସଭାପତିଙ୍କ କହିବା ଅନୁଯାୟୀ, ବୋର୍ଡ  ସବୁଦିଗରୁ ବିଚାର କରି ଏପରି ନିଷ୍ପତ୍ତି ନିଆଯାଇଛି । ଯେହେତୁ ବୋର୍ଡ ପକ୍ଷରୁ ଅନିଚ୍ଛାକୃତ ଭାବେ ଏହି ଭୁଲ ହୋଇଛି ଏଥିପାଇଁ  ଛାତ୍ରଛାତ୍ରୀମାନଙ୍କର କୌଣସି ନମ୍ବର କମିବ ନାହିଁ । ଯେଉଁ ପିଲାମାନେ ସି ପ୍ରଶ୍ନପତ୍ରରେ ପରୀକ୍ଷା ଦେଇଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟାୟନ ହେବ ।

 

Leave A Reply

Your email address will not be published.