ପାଟନା: ବିହାର ବିଧାନସଭା ନିର୍ବାଚନ ଭୋଟ ଗଣତି ଜାରି ରହିଛି । ପୋଷ୍ଟାଲ ବାଲାଟ ଗଣତି ସରିଥିବା ବେଳେ ଇଭିଏମ ପେଡି ଖୋଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ଆଗୁଆ ରହିଛି । ପଛରେ ରହିଛି ଏନଡିଏ ।
୧୬୧ ଆସନରେ ହୋଇଥିବା ଗଣତିରେ ୮୫ ଆସନରେ ମହାମେଣ୍ଟ ଆଗରେ ରହିଛି । ୬୭ ଆସନରେ ଆଗୁଆ ରହିଛି ଏନଡିଏ । ଏଲଜେପି ୫ ଓ ଅନ୍ୟାନ୍ୟ ୪ଟି ସିଟରେ ଆଗରେ ରହିଛନ୍ତି ।
ରାଘୋପୁରରେ ଆରଜିଡେର ତେଜସ୍ୱୀ ଯାଦବ, ହସନପୁରରେ ତେଜପ୍ରତାପ ଯାଦବ, ଇମାମଗଞ୍ଜରେ ହାମର ଜିତନ ରାମ ମାଞ୍ଝି, ବିହାରିଗଞ୍ଜରେ କଂଗ୍ରେସର ସୁବାସିନୀ ଶରତ ଯାଦବ, ଜାମୁଇରେ ବିଜେପି ନେତ୍ରୀ ଶ୍ରେୟସୀ ସିଂ ଆଗରେ ରହିଛନ୍ତି ।
୨୪୩ ଆସନ ବିଶିଷ୍ଠ ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ୱର ରହିଛି ୧୨୨ । ଏପଜିଟ୍ ପୋଲ ସର୍ଭେରେ ମହାମେଣ୍ଟ ସରକାର ଗଢ଼ିପାରେ ବୋଲି ଆଭାସ ମିଳିଥିଲା । ଆଜି ଆସିବ ଏକଜାଟ୍ ରେଜଲ୍ଟ । ସ୍ପଷ୍ଟ ହେବ କାହାକୁ ବାଛିଛନ୍ତି ବିହାର ଜନତା ।
Comments are closed.