Latest Odisha News

ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଅଷ୍ଟ୍ରେଲିୟାରେ ବିଶାଳ ସମାବେଶ !

ଭୁବନେଶ୍ୱର: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁକୁ ଏବେ ବି ତାଙ୍କ ଫ୍ୟାନ୍‌, ବନ୍ଧୁ ଓ ପରିବାର ଲୋକେ ଗ୍ରହଣ କରିପାରୁନାହାଁନ୍ତି । ତାଙ୍କ ସ୍ମୃତିରେ ଆଜି ବି ଲୋକେ ଧନ୍ଦି ହେଉଛନ୍ତି । ଭାରତରେ ଏହି ଅଭିନେତାଙ୍କୁ ନ୍ୟାୟ ଦେବା ଲାଗି ଅନେକ ଲୋକ ସାମ୍ନାକୁ ଆସିଥିଲେ । ହେଲେ ନିକଟରେ ଅଷ୍ଟ୍ରେଲିଆର ପର୍ଥରେ ସ୍ୱର୍ଗତ ସୁଶାନ୍ତଙ୍କୁ ଶ୍ରଦ୍ଧାଂଜଳି ଦେବା ପାଇଁ ଏକ ବିଶାଳ ସମାବେଶର ଆୟୋଜନ ହୋଇଥିଲା ।

ଅଷ୍ଟ୍ରେଲିଆରେ ସୁଶାନ୍ତଙ୍କୁ ଏପରି ଶ୍ରଦ୍ଧାଂଜଳି ଦିଆଯିବା ଦେଖି ତାଙ୍କ ଭଉଣୀ ମିତୁ ସିଂ ଭାବ ବିହ୍ୱଳ ହୋଇପଡିଥିଲେ । ଏ ନେଇ ମିତୁ ସିଂ ଏକାଧିକ ଭିଡିଓ ବି ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ସମାବେଶରେ ପ୍ରବାସୀ ଭାରତୀୟଙ୍କ ସମେତ ଏମିତି ଅନେକ ଲୋକ ସାମିଲ ହୋଇଥିଲେ, ଯେଉଁମାନଙ୍କର ଭାରତ ସହ କୌଣସି ସଂପର୍କ ନାହିଁ ।

ଅଷ୍ଟ୍ରେଲିଆର ପର୍ଥରେ ଗତକାଲି ରାତିରେ ଅନେକ ଲୋକ ସୁଶାନ୍ତଙ୍କ ଭିଡିଓ ଦେଖିବା ସହ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଥିଲେ । ଏପରିକି ଅନେକ ଲୋକ ମୋବାଇଲ୍ ଲାଇଟ୍ ଲଗାଇ ସୁଶାନ୍ତଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.