Latest Odisha News

BREAKING NEWS

ସାଙ୍ଗ ସହଯୋଗରେ ଜେଜେ ମାଙ୍କୁ ହତ୍ୟା କଲା ନାତି, କାରଣ ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦାରା ଅଞ୍ଚଳରେ ଜଣେ ୧୫ ବର୍ଷୀୟ ବାଳକ ଓ ତା’ର ସାଙ୍ଗକୁ ହତ୍ୟା ଓ ଚୋରି ଅଭିଯୋଗରେ ଗିରଫ କରାଯାଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ଠାରୁ ନଗଦ ୧୪ ହଜାର ଟଙ୍କା ଜବତ କରିଛି, ଯିଏ ଅପରାଧ ସ୍ୱୀକାର କରିଛି।

ଗୁରୁବାର ସନ୍ଧ୍ୟାରେ ଜିଟିବି ଏନକ୍ଲେଭରେ ବୃଦ୍ଧାଙ୍କ ମୃତଦେହ ତାଙ୍କ ଘର ବେଡରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ଦେଖିପାରିନଥିଲେ ତାଙ୍କ ସ୍ୱାମୀ। ଏହାପରେ ଭାବିଥିଲେ ଯେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ସ୍ବାଭାବିିକ କାରଣରୁ ହୋଇଛି। ତେବେ ତାଙ୍କ ସମ୍ପର୍କୀୟମାନେ ବୃଦ୍ଧାଙ୍କ କପାଳରେ ଆଘାତ ଚିହ୍ନ ଥିବା ଦର୍ଶାଇଥିଲେ । ସେହିପରି ଘର ଭିତରେ ଥିବା ବୃଦ୍ଧାଙ୍କ ଲକରରୁ ନଗଦ ଟଙ୍କା ମଧ୍ୟ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ସନ୍ଦେହଜନକ ମୃତ୍ୟୁ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ।

ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ ନବମ ଶ୍ରେଣୀରେ ପଢୁଥିବା ମୃତ ବୃଦ୍ଧାଙ୍କ ନାତି ଜଣଙ୍କ ଗୁରୁବାର ଦିନ ସାଙ୍ଗଙ୍କ ସହ ଘରକୁ ଆସିଥିଲା। ଏହି ସମୟରେ ବୃଦ୍ଧା ଜଣଙ୍କ ଏକାଥିଲେ। ଶୁକ୍ରବାର ପୋଲିସ ସଂପୃକ୍ତ ବାଳକକୁ ପଚରାଉଚରା କରିବା ପରେ ସେ ତାର ଜେଜେମା’ଙ୍କୁ ହତ୍ୟା କରି ଟଙ୍କା ଚୋରି କରିଥିବା ସ୍ୱୀକାର କରିଛି। ଏବଂ ଏହି ଘଟଣାରେ ତାର ସାଙ୍ଗ ମଧ୍ୟ ସହଯୋଗ କରିଛି ବୋଲି କହିଛି।

ସାଙ୍ଗ ମାନଙ୍କ ସହ ହସଖୁସି ବା ମଜା କରିବା ପାଇଁ ସେ ଟଙ୍କା ଚାହୁଁଥିଲା ବୋଲି ପୋଲିସ ଆଗରେ ବାଳକ ଜଣଙ୍କ କହିଛି। ସେହି ଅଞ୍ଚଳର ଅନ୍ୟ ଏକ ଘରେ ସେ ତାଙ୍କ ପିତାମାତାଙ୍କ ସହ ରହୁଥିଲେ। ସେହି ଅଞ୍ଚଳରୁ ତାଙ୍କ ୧୫ ବର୍ଷୀୟ ସାଙ୍ଗକୁ ଗିରଫ କରାଯାଇଛି। ପୁଲିସ ଉଭୟଙ୍କ ବିରୋଧରେ ହତ୍ୟା ଓ ଚୋରି ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.