Latest Odisha News

BREAKING NEWS

ଖଣି ଅଞ୍ଚଳରେ ସଂସ୍କାର

ବେଙ୍ଗାଲୁରୁ: କରୋନା ସ୍ଥିତି ବେଶ୍ ଭୟଙ୍କର ହେବାରେ ଲାଗଛି । ମହାମାରୀ ତା’ର କାୟା ବିସ୍ତାର କରିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି ।ସବୁଠୁ ବଡ଼ ଦୟନୀୟ ଚିତ୍ର ହେଉଛି ମୃତ ଦେହ ଦାହ ପାଇଁ ମିଳୁନି ଜାଗା । ଦେଶର କିଛି ରାଜ୍ୟରେ ମୃତ ଦେହ ସତ୍କାର କରିବାରୁ ଶ୍ମଶାନରେ ଜାଗା ମିଳୁନି। ବେଙ୍ଗାଲୁରୁର ୭ଟି ଶ୍ମଶାନରେ ମୃତଦେହ ପୋଡ଼ିବା ପାଇଁ ଜାଗା ଅଭାବ ହେଉଛି। ସେପଟେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବାବେଳେ ଖଣି ଅଞ୍ଚଳରେ ଦାହ କରାଯାଉଛି । ସହର ବାହାରେ ଥିବା ଏକ ଗ୍ରାନାଇଟ୍‌ ଖାଦାନ ବା ଖଣି ଅଞ୍ଚଳରେ ମୃତଦେହ ଗୁଡ଼ିକୁ ଏକାଠି କରି ଦାହ କରାଯାଉଛି।

ସକାଳୁ ସକାଳୁ ଏହି ଖଣି ଅଞ୍ଚଳରେ ମୃତଦେହ ସଂସ୍କାର କାମ ଆରମ୍ଭ ହେଉଛି। ପ୍ରତିଦିନ ଏହି ଖଣି ଅଞ୍ଚଳରେ ୨୦-୩୦ ମୃତଦେହ ଦାହ କରାଯାଉଛି। ଶ୍ମଶାନ ପରି ଏଠାରେ ପ୍ରତିଦିନ ଆମ୍ବୁଲାନ୍ସରେ ମୃତଦେହ ଆସି ଧାଡ଼ି ଧାଡ଼ି ହୋଇ ରଖାଯାଉଛି । ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବାବେଳେ ଶ୍ମଶାନରେ ଜାଗା ନ ମିଳିବାରୁ ଖଣି ଅଞ୍ଚଳକୁ ବଛା ଯାଇଛି। ଏହି ଗ୍ରାନାଇଟ୍‌ ଖଣିକୁ ଏବେ ଶ୍ମଶାନରେ ପରିବର୍ତ୍ତନ କରାଯାଇଛି। ଗେଦାନହଲ୍ଲି ଏବଂ ତବରକେରେ ଦୁଇଟି ଅଞ୍ଚଳ ପଶ୍ଚିମରୁ ସହରଠାରୁ ପ୍ରାୟ ୬ କିଲୋମିଟର ଦୂରରେ ରହିଛି । ଆଉ ଏହି ସ୍ଥାନ ଏବଂ କରୋନା ଆକ୍ରାନ୍ତଙ୍କରେ ମୃତ୍ୟୁ ହେଉଥିବା ଲୋକଙ୍କ ପାଲଟିଛି ଶ୍ମଶାନ । ସବୁ ମୃତ ଦେହ ଏଠାରେ ହିଁ ଦାହ କରାଯାଉଛି।

Leave A Reply

Your email address will not be published.