Latest Odisha News

BREAKING NEWS

ଏବେ ବି ଫିଟ ହୋଇ ନାହାନ୍ତି କୋହଲି, ଖେଳି ନ ପାରନ୍ତି ଦ୍ୱିତୀୟ ଦିନିକିଆ

ଲଣ୍ଡନ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଭାଗ୍ୟ ମଧ୍ୟ ସହାୟ ହେଉ ନାହିଁ । ଫର୍ମ ପରେ ଏବେ ଫିଟନେସ ତାଙ୍କୁ ଠକୁଛି । ରିପୋର୍ଟ ମୁତାବକ କୋହଲି ଆଘାତ ସମସ୍ୟା ଯୋଗୁ ପ୍ରଥମ ଦିନିକିଆରେ ଖେଳି ପାରି ନ ଥିଲେ । ଏହି ମ୍ୟାଚରେ ଖରାପ ଫର୍ମରେ ଥିବା ରୋହିତ ପୁରୁଣା ଲୟକୁ ଫେରିଛନ୍ତି । କୋହଲି ଏବେ ବି ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନ ଥିବାରୁ ଦ୍ୱିତୀୟ ଦିନିକିଆରେ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି । ତାଙ୍କ ଅନୁପସ୍ଥିତିରେ ଶ୍ରେୟାଶ ଆୟାର କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିପାରେ । ଅନ୍ତିମ ଟି୨୦ରେ ସୂର୍ଯ୍ୟକୁମାର ଶତକ ହାସଲ କରି ଚୟନ କମିଟିଙ୍କୁ ପ୍ରଭାବିତ କରି ପାରିଛନ୍ତି । ଅପରପକ୍ଷରେ ଖରାପ ଫର୍ମ ଯୋଗୁ କୋହଲିଙ୍କୁ ଦଳରୁ ବାଦ ଦେବା ପାଇଁ ଦାବୀ ଜୋର ଧରିଲାଣି ।

BjdElectrycity

ଖେଳିବା ଏବଂ ଫର୍ମକୁ ଫେରିବା ଆଶାରେ କୋହଲି ଯଦି ନିଜକୁ ତରବରିଆ ଭାବେ ଫିଟ ଘୋଷିତ କରୁଛନ୍ତି ତାହା ତାଙ୍କ ଆଘାତ ସମସ୍ୟାକୁ ଆହୁରି ବଢ଼ାଇ ଦେଇପାରେ । ତେବେ ଏ ନେଇ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନ ଥିବାରୁ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.