Latest Odisha News

ଦିବ୍ୟାଙ୍ଗ ଛାତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ଛାତ୍ରୀଙ୍କୁ ପିଠିରେ ବୋହି ପାହାଡ ଚଢିଲେ ଶିକ୍ଷକ

ଏଥେନ୍ସ: ଶିକ୍ଷକ ହେବ ତ ଏମିତି। ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଛାତ୍ରୀଙ୍କୁ ପିଠିରେ ବୋହି ପାହଡ ଚଢିଲେ ସାର୍‌। ଗ୍ରୀସ୍‌ର ଆଥଲେଟ୍ ମାରିଓସ୍‌ ଜିଆନାକୋ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ଏକ ନିଆରା କାର୍ଯ୍ୟ କରିଛନ୍ତି। ଯାହା ସମ୍ପୂର୍ଣ୍ଣ ରୂପେ ଅବିଶ୍ୱସନୀୟ ।

ଏଲିଫାଥେରିଆ ଟୋସିଓ ନାମକ ଜଣେ ଛାତ୍ରୀଙ୍କୁ ତାଙ୍କ ପିଠିରେ ବସାଇ ତାଙ୍କୁ ମାଉଣ୍ଟ ଅଲିମ୍ପସ୍ ଶିଖରକୁ ନେଇଥିଲେ ଯେଉଁସ୍ଥାନକୁ ଯିବାକୁ ଝିଅଟି ପୂର୍ବରୁ ସ୍ୱପ୍ନ ଦେଖିଥିଲା। ସେପ୍ଟେମ୍ବର ମାସରେ, ମାରିଓସ୍  ଜଣେ ୨୨ ବର୍ଷୀୟ ଜୀବ ବିଜ୍ଞାନ ଛାତ୍ରୀ ଏଲିଫାଥେରିଆଙ୍କୁ ଭେଟିଥିଲେ।

ଏହି ଛାତ୍ରୀ ଜଣକ ଦିବ୍ୟାଙ୍ଗ ହୋଇଥିବାବେଳେ ସେ ମାଉଣ୍ଟ ଅଲିମ୍ପସ୍‌ର ଶିଖରକୁ ଯିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ଆରମ୍ଭ ହୋଇଥିଲା ମାଉଣ୍ଟ ଅଲିମ୍ପସ୍‌ ଅଭିଯାନ। ‌ଛାତ୍ରୀଙ୍କ ଇଚ୍ଛା ପୂରଣ କରିବା ପାଇଁ ପିଠିରେ ନିଜ ଛାତ୍ରୀଙ୍କୁ ବୋହି ମାଉଣ୍ଟ ଅଲିମ୍ପସ ଶିଖରକୁ ଯାତ୍ରା ଆରମ୍ଭ କରିଥିଲେ।

ନିଜ ଇନଷ୍ଟାଗ୍ରାମରେ ଆଥ୍‌ଲେଟ ଜଣକ ସୂଚନା ଦେଇଛନ୍ତି ଯେ ଏଲିଫାଥେରିଆ ହେଉଛନ୍ତି ପ୍ରଥମ ମହିଳା ଯିଏକି ଦିବ୍ୟାଙ୍ଗ ସତ୍ତ୍ୱେ ମାଉଣ୍ଟ ଅଲିମ୍ପସର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିପାରିଛନ୍ତି।

Comments are closed.