ଶ୍ରୀନଗର: ଜାମ୍ମୁ କାଶ୍ମୀର ଶ୍ରୀନଗରର ଟିଆରସି ନିକଟରେ ରବିବାର ଦିନ ଏକ ଜନଗହଳିପୂର୍ଣ୍ଣ ବଜାରରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୨ରୁ ଅଧିକ ଜନସାଧାରଣ ଆହତ ହୋଇଥିଲା ବେଳେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଛି।
ରବିବାର ବଜାର ନିକଟରେ ଏହି ଘଟଣା ଘଟିଛି। ଏହି ବିସ୍ଫୋରଣରେ ଅନେକ ଲୋକ ପ୍ରଭାବିତ ହୋଇଥିବାରୁ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଇଛି।
ଆତଙ୍କବାଦୀମାନେ କେଉଁଠାରୁ ଆସିଛନ୍ତି ଏବଂ ଆକ୍ରମଣ ପରେ ସେମାନେ କେଉଁଆଡେ ପଳାଇଲେ ସେନେଇ ଯାଞ୍ଚ ଆରମ୍ଭ କରିଛି ପୋଲିସ ଓ ସେନା।
ସୂଚନାଯୋଗ୍ୟ ଏହାପୂର୍ବରୁ ମାର୍ଚ୍ଚ ୨୦୨୨ରେ ମଧ୍ୟ ଆତଙ୍କବାଦୀମାନେ ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟ୍ ବଜାର ଉପରେ ଗ୍ରେନେଡ୍ ଆକ୍ରମଣ କରିଥିଲେ ଯେଉଁଥିରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୨୪ ଜଣ ଆହତ ହୋଇଥିଲେ।