Latest Odisha News

ନଦୀରେ ଖସି ପଡ଼ିଲା ବରଗାଡ଼ି, ବର ସମେତ ୯ ମୃତ

କୋଟା (ରାଜସ୍ଥାନ): ବିବାହ ପୂର୍ବରୁ ବାଟରେ ଦୁର୍ଘଟଣାର ଶିକାର ହେଲା ବରକୁ ନେଇ ଯାଉଥିବା ଗାଡ଼ି । ନଦୀ ଭିତରେ ଖସି ପଡ଼ିଲା । ଦୁର୍ଘଟଣାରେ ବର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଓ ହୃଦୟବିଦାରକ ଘଟଣା ରାଜସ୍ଥାନର କୋଟାରେ ଘଟିଛି ।

କୋଟା ନୟାପୁରା ପୋଲିସ ଷ୍ଟେସନ ପରିସରରେ ଥିବା ଚମ୍ବଲରେ ଥିବା ଏକ ଛୋଟ କଲଭର୍ଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବରଯାତ୍ରୀ ବରବାଡରୁ ଉଜ୍ଜେନ୍ ଯାଉଥିଲା । ଦୁର୍ଘଟଣା ପରେ ନଦୀରେ ବୁଡ଼ିଯାଇଥିବା କାରରେ 9 ଜଣ ଥିଲେ । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ପାଇ ଘଟଣାସ୍ଥରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ । ନଦୀ ଭିତରୁ ଦୁର୍ଘଟଣାଗ୍ରସ୍ତ କାରକୁ ବାହାର କରାଯାଇଥିଲା । ଏହି ଉଦ୍ଧାର କାମରେ ଲାଗିଥିଲେ ବୁଡ଼ାଳି ଟିମ୍ ।

 

Comments are closed, but trackbacks and pingbacks are open.