Latest Odisha News

BREAKING NEWS

ଦଳରୁ ବାହାରିବା ପରେ ରାଗିଗଲେ ଶାହା: ଗାଙ୍ଗୁଲି, ଦ୍ରାବିଡଙ୍କୁ କଲେ ଟାର୍ଗେଟ

ଧର୍ମଶାଳା: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା ହୋଇଛି । ଏହି ଦଳରୁ ସିନିୟର ୱିକେଟ କିପର ରିଦ୍ଧିମାନ ଶାହ ଦଳରୁ ବାଦ ପଡିଛନ୍ତି । ଟିମରୁ ବାହାରିବା ପରେ ରବିବାର ଶାହ କୋଚ ରାହୁଲ ଦ୍ରାବିଡ ଓ ବିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିଛନ୍ତି । ରଣଜୀ ଟ୍ରଫିରେ ଏଥର ମୁଁ ନ ଖେଳିବା କାରଣ ହେଲା ମୋତେ ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ, ଆଗକୁ ତୁମ ନାମ ଦଳ ପାଇଁ ବିଚାର କରାଯିବନି । ଏପରିକି ଦ୍ରାବିଡ ମୋତେ ଅବସର ନେଇଯିବା ପାଇଁ କହିଥିଲେ ।

ସେହିପରି ଗାଙ୍ଗୁଲି ମୋତେ ମିଛ କଥା କହିଥିଲେ ବୋଲି ଶାହ କହିଛନ୍ତି । ଟିମ ଇଣ୍ଡିଆରେ ସ୍ଥାନ ପାଇବା ନେଇ ଚିନ୍ତା କରିବା ଦରକାର ନାହିଁ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ସିରିଜରେ ଶାହଙ୍କ ବଦଳରେ କେଏସ ଭରତଙ୍କୁ ସୁଯୋଗ ଦିଆଯାଇଛି ।

Comments are closed, but trackbacks and pingbacks are open.