Latest Odisha News

BREAKING NEWS

ଯୋଡା ଗୋଷ୍ଠୀ ସଂଘର୍ଷ ଘଟଣା : କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ ,୧୪୪ ଧାରା ବଳବତ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ ଘଟଣା । ଏନେଇ କେନ୍ଦୁଝରରେ ଗତକାଲି ଠାରୁ ଇଣ୍ଟରନେଟ ସେବା ବନ୍ଦ ରହିଛି । ହନୁମାନ ଝଣ୍ଡାନେବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲିଠାରୁ ଗଣ୍ଡୋଗୋଳ ହୋଇଥିଲା ।ଏନେଇ କାଲିଠାରୁ ଜାରି ହୋଇଥିବା ୧୪୪ ଧାରା ଆଜି ବି ବଳବତ୍ତର ରହିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ମୃତୟନ ହୋଇଛନ୍ତି ।କେନ୍ଦୁଝର ଏସପି ଓ ଚମ୍ପୁଆ ଉପଜିଲ୍ଲାପାଳ ଲୋକଙ୍କୁୂ ବୁଝାସୁଝା କରୁଛନ୍ତି । ପରିସ୍ଥିତି ଆୟତ୍ତ କରିବା ପାଇଁ ଲାଗିପଡିଛି ପ୍ରଶାସନ ।

ସୂଚନା ଅନୁସାରେ ରାମ ନବମୀ ସମୟରେ ଯୋଡାରେ ଆଖଡା ଯାତ୍ରା ବାହାରିଥିଲା ।ଶିବ ମନ୍ଦିର ଝଣ୍ଡାକୁ ନେଇ ଯିବାକୁ ଚାହିିଁଥିଲେ ଲୋକମାନେ । ହେଲେ ପୋଲିସ ମାତ୍ର ୫ ଜଣ ଲୋକଙ୍କୁ ଝଣ୍ଡା ନେବା ପାଇଁ ଅନୁମତି ଦେଇଥିଲା । ଫଳରେ କିଛି ଲୋକ ଏହାକୁ ବିରୋଧ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ।ହେଲେ ପରିସ୍ଥିତି ଅଣଆୟତ୍ତ ହୋଇଥିଲା ।

Leave A Reply

Your email address will not be published.