Latest Odisha News

BREAKING NEWS

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ: ୪ ମୃତ, ୪ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରେ ଚାଲିଗଲା ତିନି ଭାଇ ଏବଂ ଜଣେ ପୁତୁରାର ଜୀବନ । ବିଳମ୍ବିତ ରାତିରେ ଗଞ୍ଜାମ ଶେରଗଡ ବ୍ଲକର ହିଞ୍ଜିଳି ଥାନା ନିକଟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଚାରି ଜଣ ପ୍ରାଣ ହରାଇଥିବା ବେଳେ ଆଉ କିଛି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ କେଉଁ କାରଣ ପାଇଁ ସଂଘର୍ଷ ଘଟିଛି ତାର କାରଣ ଅସ୍ପଷ୍ଟ ରହିଛି । ପୁଲିସର ସୂଚନା ଅନୁଯାୟୀ ଏହି ସଂଘର୍ଷ ବିଳମ୍ବିତ ରାତି ୧୨ରୁ ଗୋଟାଏ ମଧ୍ୟରେ ହୋଇଛି।

ମିଳିଥିବା ସୂଚନା ଅନୁସାରେ ହିଞ୍ଜିଳି ବ୍ଲକ ପିତ୍ତଳ ଛକ ନିକଟରେ ଏକ ଫାଷ୍ଟ ଫୁଡ ଦୋକାନ ଆଗରେ ପ୍ରଥମେ ପାଟିତୁଣ୍ଡ ପରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉଭୟ ପକ୍ଷ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ତେବେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ରାସ୍ତା କଡରେ ଚାରି ଜଣଙ୍କ ମୃତ ଦେହ ରାସ୍ତା କଡରେ ପଡିଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସଂଘର୍ଷରେ ଆହତ ହୋଇଥିବା ଅନ୍ୟ ୪ ଜଣ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏମାନଙ୍କୁ ପ୍ରଥମେ ହିଞ୍ଜିଳି ହସ୍ପିଟାଲ ପରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.