Latest Odisha News

BREAKING NEWS

ଜାମିନ୍ ଖାରଜ, ବାଣପୁର ଜେଲରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ବାଣପୁର: ଖାରଜ ହେଲା ଜାମିନ୍, ଜେଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଜିଲ୍ଲା ଦୌରା ଜଜ କୋର୍ଟରୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର କୋର୍ଟରେ ହାଜର କରାଯାଇଥିଲା । ରାତି ୯ଟା ୧୦ ମିନିଟରେ ହାଜର ହେବା ପରେ କୋର୍ଟରେ ଜାମିନ ଆବେଦନ କରିଥିଲେ ବିଧାୟକ । କିନ୍ତୁ ଜାମିନ ଖାରଜ ହେବାରୁ ସେ ଜେଲ୍ ଯାଇଛନ୍ତି। ଜେଏସଏଫସି ସିଦ୍ଧାର୍ଥ ଶଙ୍କର ଶତପଥୀଙ୍କ କୋର୍ଟରେ ବିଧାୟକ ହାଜର ହୋଇଥିଲେ। ତଦନ୍ତ ଅଧିକାରୀ ଏହି ସମୟରେ ୧୮୮ ପୃଷ୍ଠାର କେସ ଡାଏରୀ ଦାଖଲ କରିଥିଲେ।

ବିଧାୟକଙ୍କ ପାଇଁ ଜାମିନ ଆବେଦନ ବେଳେ ଓକିଲ କହିଥିଲେ, ବିଧାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ତେଣୁ ତାଙ୍କୁ ହସ୍ପିଟାଲ ପଠାଯାଉ ବୋଲି ନିବେଦନ କରିଥିଲେ। କିନ୍ତୁ ଜାମିନ୍ ଖାରଜ ହେବାରୁ ସେ ଜେଲ୍ ଯାଇଥିଲେ । ହେଲେ ରାତିରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା ବୋଲି ସୂଚନା ରହିଛି । ବିଧାୟକଙ୍କୁ କୋର୍ଟରେ ହାଜର ବେଳେ ତାଙ୍କ ସମର୍ଥକମାନେ ସପକ୍ଷରେ ନାରାବାଜି କରିଥିଲେ । କିନ୍ତୁ ନ୍ୟାୟମୂର୍ତ୍ତିଙ୍କ ଆଗରେ ଏହାର କୌଣସି ପ୍ରଭାବ ପଡିନି । ଶେଷରେ ଯେଉଁ ଅଞ୍ଚଳର ବିଧାୟକ ସେହି ଅଞ୍ଚଳର ଜେଲର ଚାରି କାନ୍ଥ ଭିତରେ ରାତି କାଟିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖ ଦିନ ବିଜେପି ନେତାଙ୍କ ଉପରେ ବିଧାୟକ ଗାଡି ମଡାଇ ଦେଇଥିଲେ । ଏଥିରେ ସାମ୍ବାଦିକ, ପୁଲିସ ଅଧିକାରୀ ସମେତ ବିଜେପି କର୍ମୀ ଆହତ ହୋଇଥିଲେ । ପରେ ସ୍ଥାନୀୟ ଲୋକେ ବିଧାୟକଙ୍କୁ ଗାଡି ଭିତରୁ ଘୋଷାଡି ଆଣି ନିର୍ଧୁମ ଛେଚି ଥିଲେ । ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିଧାୟକ । ଏବେ ସେ ସୁସ୍ଥ ହେବା ପରେ ଗତକାଲି ହସ୍ପିଟାଲରୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଡିସଚାର୍ଜ ହୋଇଥିଲେ। ଆଉ ଭୁବନେଶ୍ୱର ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ। ଆଉ ଗିରଫ ହୋଇଥିଲେ।

Leave A Reply

Your email address will not be published.