Latest Odisha News

BREAKING NEWS

GST ଠକେଇ: ରାଉରକେଲାର ୪ଟି ସ୍ଥାନରେ ରେଡ୍, ୨ ବ୍ୟବସାୟୀ ଅଟକ

ରାଉରକେଲା: ଜିଏସଟି ଠକେଇ ନେଇ ରାଉରକେଲାରେ ଚଢ଼ାଉ । ବନ୍ଧମୁଣ୍ଡା, ବାସନ୍ତୀ କଲୋନୀ, ଛେଣ୍ଡ କଲୋନୀ ସମେତ ୪ଟି ସ୍ଥାନରେ ଜିଏସଟି ବିଭାଗ ଚଢ଼ାଉ କରିଛି । ୨ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ୪୨ କୋଟି ଟଙ୍କା ଜିଏସଟି ଠକିଥିବା ଅଭିଯୋଗରେ ସେମାନଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ସୂଚନା ମିଳିଛି ।

ସେମାନଙ୍କ ମଧ୍ୟରୁ ଜଣଙ୍କୁ ବନ୍ଧମୁଣ୍ଡା ଅଞ୍ଚଳରୁ ଓ ଅନ୍ୟ ଜଣଙ୍କୁ ଛେଣ୍ଡ କଲୋନୀରୁ ଅଟକ ରଖିଛନ୍ତି ଜିଏସଟି ବିଭାଗ । ଯାଜପୁର ଓ ରାଉରକେଲା ଜିଏସଟି ବିଭାଗର ତିନିଟି ସ୍ଵତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି । ଆଉ କିଛି ଫେରାର ଅଛନ୍ତି । ସେମାନଙ୍କୁ ଠାବ ପାଇଁ ଜାରି ରହିଛି ଉଦ୍ୟମ ।

Leave A Reply

Your email address will not be published.