Latest Odisha News

BREAKING NEWS

ମହଙ୍ଗା ହେଲା ମୋବାଇଲ ଫୋନ; ୧୮ ପ୍ରତିଶତକୁ ବୃଦ୍ଧି ପାଇଲା ଜିଏସ୍‌ଟି !

ନୂଆଦିଲ୍ଲୀ: ମୋବାଇଲ ଫୋନ୍ ଓ ଏହାର ନିର୍ଦ୍ଦିଷ୍ଟ ଉପକରଣଗୁଡିକ ଉପରେ ଜିଏସ୍‌ଟି ଦର ୧୨ ପ୍ରତିଶତରୁ ବଢି ୧୮ ପ୍ରତିଶତ ହୋଇଛି । ଶନିବାର ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ଦ୍ୱାରା ବଜାରରେ ମୋବାଇଲ ଫୋନଗୁଡିକ ମହଙ୍ଗା ହେବାକୁ ଯାଉଛି । ତେବେ ଏଥି ନେଇ ମୋବାଇଲ ଫୋନ କମ୍ପାନିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫୋନ ଉପରେ ଏହି ଅତିରିକ୍ତ ଜିଏସଟି ବୋଝ ଯୋଗୁଁ ମୋବାଇଲ ଫୋନ ଉଦ୍ୟୋଗ ଭୁଷୁଡି ପଡିବ ବୋଲି ସାଓମି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୁ ଜୈନ ଟ୍ୱିଟ୍ କରିଛନ୍ତି । ଏହା ଦ୍ୱାରା ସବୁ କମ୍ପାନି ଫୋନ ମୂଲ୍ୟ ବଢାଇବାକୁ ବାଧ୍ୟ ହେବେ ଏବଂ ଏହା ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ଆହୁରି ଦୁର୍ବଳ କରିବ ବୋଲି ସେ କହିଛନ୍ତି । ଅନ୍ୟ ଏକ ଟ୍ୱିଟ୍‌ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏହି ଜିଏସ୍‌ଟି ବୃଦ୍ଧି ନିଷ୍ପତ୍ତିର ପୁର୍ନବିଚାର କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.