Latest Odisha News

BREAKING NEWS

ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା, ପାଣ୍ଡ୍ୟା ଓ ରାହୁଲ୍ ୨ଟି ମ୍ୟାଚରୁ ବାସନ୍ଦ !

ମୁମ୍ବାଇ : ମହିଳାଙ୍କ ପ୍ରତି ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା ଦୁଇ ଭାରତୀୟ କ୍ରିକେଟରଙ୍କୁ । ଅନ୍ୟତମ ରିଆଲିଟି ଶୋ’ ‘କଫି ୱିଥ୍ କରନ’ରେ ଗେଷ୍ଟ ଭାବେ ଯୋଗ ଦେଇଥିବା ଭାରତୀୟ କ୍ରିକେଟ ଦଳର ଦୁଇ ଖେଳାଳି କେ ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶୋ’ ମଧ୍ୟରେ ମହିଳାଙ୍କ ସମ୍ପର୍କରେ ଦେଇଥିବା ଟିପ୍ପଣୀରେ ସେମାନେ ବିବାଦରେ ଘେରରେ ଛନ୍ଦି ହୋଇପଡିଛନ୍ତି ।

ଏବେ ପ୍ରଶାସନିକ କମିଟି (ସିଓଏ) ମୁଖ୍ୟ ବିନୋଦ ରାଏ ଗୁରୁବାର ଦିନ ଏହି ୨ ଜଣ କ୍ରିକେଟରଙ୍କୁ ଦୁଇଟି ଦିନିକିଆ ମ୍ୟାଚ୍ ବାସନ୍ଦ ପାଇଁ ସୁପାରିଶ କରିଛନ୍ତି।

‘କଫି ୱିଥ୍ କରଣ’ ରିଆଲିଟି ଶୋ’ରେ ପାଣ୍ଡ୍ୟା ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ବୁଧବାର ଦିନ ବିସିସିଆଇ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲେ । ଏହି ନୋଟିସ୍ ପାଇବା ପରେ ପାଣ୍ଡ୍ୟା ନିଜ ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ତାଙ୍କ ସ୍ପଷ୍ଟିକରଣ ସିଓଏ ମୁଖ୍ୟଙ୍କୁ ସନ୍ତୋଷ ପ୍ରଦାନ କରିପାରିନଥିଲା ।

ଆହୁରି ମଧ୍ୟ ଏହି ବିବାଦ ବୃଦ୍ଧି ପାଉଥିବା ବେଳେ ପାଣ୍ଡ୍ୟା ସୋସିଆଲ ମିଡିଆରେ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି ।

ଏହି ଘଟଣାରେ ଭାରତୀୟ କ୍ରିକେଟ ଦଳ ଲାଗି ରହିଥିବା ପ୍ରଶାସନିକ କମିଡି ମୁଖ୍ୟ (ସିଓଏ) ବିନୋଦ ରାୟ କହିଛନ୍ତି ଯେ ସେ ପାଣ୍ଡ୍ୟାଙ୍କ ସ୍ପଷ୍ଟିକରଣରେ ମୁଁ ସନ୍ତୁଷ୍ଟ ନୁହେଁ ଏବଂ ଏପର୍ଯ୍ୟନ୍ତ ହାର୍ଦ୍ଦିକଙ୍କ ଟପ୍ପଣୀକୁ ଭଲ ଭାବେ ନିରୀକ୍ଷଣ କରିନଥିଲେ ମଧ୍ୟ ପ୍ରଶାସନିକ କମିଟିର ଅନ୍ୟତମ ସଦସ୍ୟା ଏଥିଲାଗି ଆଇନର ସହାୟତା ନେବା ପାଇଁ ଅଡି ବସିଛନ୍ତି ।

ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ କରୁଥିବା ଏହି ରିଆଲିଟି ଶୋରେ ରାହୁଲ ଓ ହାର୍ଦ୍ଦିକ ଯୋଗ ଦେଇ କରଣଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।

ସୂଚନାଯୋଗ୍ୟ ଶନିବାର ଦିନ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳା ଅନୁଷ୍ଠିତ ହେବାକୁ ଯାଉଛି ।

Leave A Reply

Your email address will not be published.