ଭୁବନେଶ୍ବର: ଆପଣ ଜାଣିଛନ୍ତି କି ପିଜୁଳୀ ପରି ପିଜୁଳୀ ପତ୍ର ମଧ୍ୟ ଶରୀର ପାଇଁ ବହୁତ ଭଲ । ଏହି ପିଜୁଳୀ ପତ୍ରକୁ ଖାଲି ପେଟରେ ଚୋବାଇଲେ ପେଟ ସମସ୍ୟା ଦୂର ହେବା ସହ ପାଚନ ପ୍ରକ୍ରିୟା ଭଲ ରହେ । ପିଜୁଳୀ ପତ୍ରକୁ କାଢା କରି ମଧ୍ୟ ପିଇ ପାରିବେ । ଆସନ୍ତୁ ଜାଣିବା ପୁଜିଳୀ ପତ୍ର ଔଷଧୀୟ ଗୁଣ ।
ପ୍ରତିଦିନ ସକାଳୁ ପିଜୁଳୀ ପତ୍ର ଚୋବାଇ ଖାଇଲେ ପାଟିରେ ହୋଇଥିବା ଛାଲ ସମସ୍ୟା ଦୂର ହୋଇଥାଏ । ଏଥିସହ କୋଲେଷ୍ଟ୍ରୋଲ୍ ମଧ୍ୟ କଣ୍ଟ୍ରୋଲରେ ରୁହେ ।
ଏହି ପତ୍ରରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଛି ତେଣୁ ଏହାକୁ ଖାଇଲେ ଇମ୍ୟୁନିଟି ଶକ୍ତି ବଢିବାରେ ସାହାଯ୍ୟ କରିଥାଏ ।
ସେହିପରି ପିଜୁଳୀ ପତ୍ର ଖାଇଲେ ଓଜନ ନିୟନ୍ତ୍ରଣକୁ ଆସିଥାଏ ।
ଡାଏବେଟିସ୍ ରୋଗୀ ଯଦି ପିଜୁଳୀ ପତ୍ରର ସେବନ କରିବା ଆରମ୍ଭ କରିଦିଅନ୍ତୁ ଆପଣଙ୍କ ଡାଏବେଟିସ୍ କଣ୍ଟ୍ରୋଲ୍ କୁ ଆସିଯିବ ।
Comments are closed.