Latest Odisha News

BREAKING NEWS

ଦେଶରେ ସିଂହ ସଂଖ୍ୟା ବୃଦ୍ଧି, ପ୍ରଧାନମନ୍ତ୍ରୀ ଟୁଇଟ କରି ଜଣାଇଲେ

ନୂଆଦିଲ୍ଲୀ: ଭାରତରେ ସିଂହ ସଂଖ୍ୟା ବୃଦ୍ଧି ପାଇଛି । ନୂତନ ଗଣତି ଅନୁସାରେ ଏହା ୨୯ ପ୍ରତିଶତ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଖୁସି ହୋଇ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗୁଜରାଟର ଗିର ଜଙ୍ଗଲରେ ରହୁଥିବା ସିଂହ ସଂଖ୍ୟା ବଢ଼ିବା ସହ ସେମାନଙ୍କ ଚଳପ୍ରଚଳ ଓ ରହିବା ସ୍ଥାନରେ ମଧ୍ୟ ବୃଦ୍ଧି ଘଟିଛି । ଗୁଜରାଟର ଲୋକ ଏବଂ ଯେଉଁମାନଙ୍କ ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇଛି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି ମୋଦି କହିଛନ୍ତି ।

ଦକ୍ଷିଣ ଆଫ୍ରକା ପରେ ୪୧୨ କିଲୋମିଟର ପରିବ୍ୟାପ୍ତ ଗିର ଜାତୀୟ ପାର୍କରେ ସିଂହମାନଙ୍କୁ ପ୍ରାକୃତିକ ପରିବେଷରେ ବିଚରଣ କରୁଥିବା ଦେଖିବାକୁ ମିଳିଥାଏ । ଏହି ପାର୍କରେ ହରିଣ, ସମ୍ବର, ଚୀତା, ନୀଳଗାଈ ଓ ଭାଲୁ ପରି ବନ୍ୟଜନ୍ତୁ ରହୁଛନ୍ତି । ୨୦୧୫ରେ ସିଂହ ସଂଖ୍ୟା ୫୨୩ ଥିବା ବେଳେ ଏବେ ଏହା ୬୭୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.