Latest Odisha News

BREAKING NEWS

ଓଡ଼ିଶାରେ ଗୁଜରାଟ ଓ ରାଜସ୍ଥାନ ଅପେକ୍ଷା ସଂକ୍ରମିତ ଅଧିକ, ମୃତ୍ୟୁସଂଖ୍ୟା ବହୁତ କମ୍

ଭୁବନେଶ୍ୱର: ଦେଶରେ ୩୫ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ରାଜ୍ୟରେ ଏହି ସଂଖ୍ୟା ଆଜି ଲକ୍ଷେ ଅତିକ୍ରମ କରିଛି । ଦେଶ ଓ ରାଜ୍ୟରେ କରୋନା କାୟା ମାଡି ଚାଲିଛି । ଦେଶରେ ସଂକ୍ରମିତ ରାଜ୍ୟ ତାଲିକାର ଏକାଦଶ ସ୍ଥାନକୁ ଉଠିଛି ଓଡ଼ିଶା । ଗୁଜରାଟକୁ ପଛରେ ଛାଡ଼ିଛି । କିନ୍ତୁ ଗୁଜରାଟ ଅପେକ୍ଷା ଓଡ଼ିଶାରେ ମୃତ୍ୟୁସଂଖ୍ୟା ବହୁତ କମ୍ ।

ଓଡ଼ିଶାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୩୪ । ଗୁଜରାଟରେ ପଜିଟିଭ୍ କେସ୍ ରହିଛି ୯୩ ହଜାରରୁ ଅଧିକ । କିନ୍ତୁ ମୃତ୍ୟୁସଂଖ୍ୟା ସେଠାରେ ବେଶୀ । ଓଡ଼ିଶାରେ ୪୮୨ ଜଣଙ୍କର ଜୀବନ କରୋନା ନେଇଥିବା ବେଳେ ଗୁଜରାଟରେ ମଲେଣି ୨ ହଜାର ୯୮୯ ଆକ୍ରାନ୍ତ । ଓଡ଼ିଶାରେ ମୃତ୍ୟୁହାର ୦.୪୭% । ଗୁଜରାଟରେ ଏହି ସଂଖ୍ୟା ୩.୧୮% ।

ଓଡ଼ିଶାଠାରୁ କମ୍ ସଂକ୍ରମିତ ରାଜ୍ୟ ରାଜସ୍ଥାନ, ହରିଆଣା, ମଧ୍ୟପ୍ରଦେଶ, ପଞ୍ଜାବ, ଜମ୍ମୁ କାଶ୍ମୀର । ସେଠାରେ ସଂକ୍ରମିତଙ୍କ ସଂଖ୍ୟା ଓଡ଼ିଶା ଅପେକ୍ଷା କମ୍ । କିନ୍ତୁ ମୃତ୍ୟୁସଂଖ୍ୟା ଢ଼େର ଅଧିକ ।

ଦେଶରେ କରୋନା ସଂକ୍ରମିତ ରାଜ୍ୟ ତାଲିକାର ଏକ ନମ୍ବର ସ୍ଥାନରେ ରହିଛି ମହାରାଷ୍ଟ୍ର(୭୬୪୨୮୧) । ସେହିପରି ତାମିଲନାଡୁ (୪୧୫୫୯୦), ଆନ୍ଧ୍ରପ୍ରଦେଶ (୪୧୪୧୬୪), କର୍ଣ୍ଣାଟକ (୩୨୭୦୭୬), ଉତ୍ତରପ୍ରଦେଶରେ (୨୧୯୪୫୭) କରୋନା ସଂକ୍ରମିତ ହୋଇଛନ୍ତି ।
ଦେଖନ୍ତୁ ତାଲିକା

Leave A Reply

Your email address will not be published.