Latest Odisha News

BREAKING NEWS

‘ଗଲି ବଏ୍‌’ ଆକ୍ଟର ସିଦ୍ଧାନ୍ତ ଚତୁର୍ବେଦୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଫିଲ୍ମ ‘ଗଲି ବଏ୍‌’ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସିଦ୍ଧାନ୍ତ ଚତୁର୍ବେଦୀ ‘ଗଲି ବଏ’ ଏବଂ ୱେବ୍ ସିରିଜ୍ ‘ଇନ୍ସାଇଡ୍ ଏଜ୍’ରେ ଅଭିନୟ କରିଛନ୍ତି।

ଶନିବାର ଦିନ ସିଦ୍ଧାନ୍ତ ଚତୁର୍ବେଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପରେ ସେ ସଙ୍ଗରୋଧରେ ରହି ନିଜର ଚିକିତ୍ସା ଜାରି ରଖିଛନ୍ତି। ସିଦ୍ଧାନ୍ତ ଚତୁର୍ବେଦୀ ସୋସିଆଲ ମିଡିଆ ମାଧ୍ୟମରେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି।

ସିଦ୍ଧାନ୍ତ ଚତୁର୍ବେଦୀ କରୋନାରେ ସଂକ୍ରମିତ ହେବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Comments are closed.