Latest Odisha News

BREAKING NEWS

ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କ ବିୟୋଗ, ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର: ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ଦେହାନ୍ତ ହୋଇଯାଇଛି ।  ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର ବିଧାୟକ ରହିଥିଲେ। ସେ ୨୦୦୯ରୁ ୨୦୧୪ରେ ବିଧାୟକ ଭାବେ ଦାୟିତ୍ୱ ତୁଲାଇଥିଲେ । ତେବେ ୨୦୧୪ରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଶନିବାର ଆନ୍ଧ୍ରପ୍ରଦେଶର ରାଗୁଲୁ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଯାଇଛି ।

ତାଙ୍କ ମୃତ୍ୟୁରେ ରାଜ୍ୟ ବିଜେପି ଶୋକ ପ୍ରକାଶ ପ୍ରକାଶ କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହ ତାଙ୍କ ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନା କରିଛନ୍ତି । ୬୮ ବର୍ଷୀୟ ସ୍ୱର୍ଗତ ରାମମୂର୍ତ୍ତି ଜଣେ ଅଣକଂଗ୍ରେସ ନେତା ଭାବେ ଜିଲ୍ଲା ତଥା ଦକ୍ଷିଣ ଓଡିଶାରେ ତାଙ୍କର ଖ୍ୟାତି ରହିଥିଲା ।

Leave A Reply

Your email address will not be published.