Latest Odisha News

BREAKING NEWS

ଆଥଲେଟିକ୍ସ ଫେଡେରେଶନ ପ୍ରତିଯୋଗିତା: ଅଳ୍ପକେ ସ୍ୱର୍ଣ୍ଣ ପଦକ ହାତଛଡା କଲେ ଅନୀମେଷ

ରାଂଚୀ: ସ୍ଥାନୀୟ ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତୀୟ ଆଥଲେଟିକ୍ସ ପାଇଁ ଐତିହାସିକ ଦିନ ଥିଲା । ପଞ୍ଜାବର ୨୫ ବର୍ଷୀୟ ଦୌଡାଳୀ ଗୁରିନ୍ଦରଭୀର ସିଂ ଆଥଲେଟିକ୍ସ ଫେଡେରେଶନ ପ୍ରତିଯୋଗିତାର ପୁରୁଷ ୧୦୦ ମିଟର ଦୌଡରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ତେବେ ଏହି ମୁକାବିଲାରେ ଓଡିଶାର ଅନୀମେଷ କୁଜୁରଙ୍କ ପ୍ରଦର୍ଶନ ସମସ୍ତଙ୍କ ମନ ଜିଣିଛି । ସେ ଅଳ୍ପକେ ସ୍ୱର୍ଣ୍ଣ ପଦକ ସୁଯୋଗ ହାତଛଡା କରିଛନ୍ତି । ଗୁରିଭିନ୍ଦର ୧୦.୧୦ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ପ୍ରଥମ ଭାରତୀୟ ଆଥଲେଟ ଭାବେ ସେ ୧୦.୧୦ ସେକେଣ୍ଡ ସମୟ କ୍ରାକ କରିଛନ୍ତି । ଏଥିସହ ସେ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ଏସିଆର ଦ୍ୱିତୀୟ ଦ୍ରୁତତମ ଧାବକ ମଧ୍ୟ ହୋଇଛନ୍ତି ।

୫ ମିନିଟ ମଧ୍ୟରେ ୨ ଥର ଜାତୀୟ ରେକର୍ଡ ଭଙ୍ଗ ହୋଇଥିଲା । ଗୁରିନ୍ଦର ସେମିଫାଇନାଲ ହିଟରେ ୧୦.୧୭ ସେକେଣ୍ଡ ସମୟରେ ରେସ ସମ୍ପୂର୍ଣ୍ଣ କରି ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଏହାର ୫ ମିନିଟ ପରେ ଅନୀମେଷ ଦ୍ୱିତୀୟ ସେମିଫାଇନାଲରେ ୧୦.୧୫ ସେକେଣ୍ଡରେ ପୂନର୍ବାର ରେକର୍ଡ କରିଥିଲେ । ତେବେ ଫାଇନାଲରେ ପଞ୍ଜାବର ଉଦୀୟମାନ ତାରକା ବାଜି ମାରିଥିଲେ । ମାତ୍ର ୦.୧୧ ସେକେଣ୍ଡ ସମୟ ଯୋଗୁ ଅନୀମେଷ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲେ । ୪୦୦ ମିଟର ଦୌଡରେ ବିଶାଳ ୪୪.୯୮ ସେକେଣ୍ଡ ସମୟ ନେଇ ନୂତନ ଜାତୀୟ ରେକର୍ଡ ସ୍ଥାପନା କରିଛନ୍ତି ।

Leave A Reply

Your email address will not be published.