Latest Odisha News

BREAKING NEWS

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟା: ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିମୋହିତ

ଭୁବନେଶ୍ୱର: ସୃଜନ ଦ୍ୱାରା ଆୟୋଜିତ ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଗୁରୁବାର ଥିଲା ତୃତୀୟ ସନ୍ଧ୍ୟା । ଏହି ସନ୍ଧ୍ୟାରେ ସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବେ ନୃତ୍ୟ ଏବଂ ସଙ୍ଗୀତ ଉପସ୍ଥାପନା କରାଯାଇଥିଲା । ଏହା ପି. ପରବିନ କୁମାରଙ୍କ ଦ୍ୱାରା ଭରତନାଟ୍ୟମ୍ ପ୍ରଦର୍ଶନରେ ଆରମ୍ଭ ହୋଇଥିବା ବେଳେ ନୀଳାଦ୍ରୀ କୁମାରଙ୍କ ସୀତାର ବାଦନରେ ଶେଷ ହୋଇଥିଲା ।

BjdElectrycity

ସନ୍ଧ୍ୟାର ପ୍ରଥମ ପରିବେଷଣ ଥିଲା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ପି.ପରବିନ କୁମାରଙ୍କ ଦ୍ୱାରା ଭାରତନାଟ୍ୟମ ନୃତ୍ୟ । ସେ ପ୍ରଥମେ ପ୍ରଭୁ ଗଣେଶଙ୍କ ଧ୍ୟାନ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭାରୁ ତାଙ୍କର ନୃତ୍ୟ ଆରମ୍ଭ କରିଥିଲେ । ସେ ତାଙ୍କ ନୃତ୍ୟରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ତାଙ୍କୁ ମୃଦଙ୍ଗରେ ବିନୟ ନାଗରାଜନ, ବଂଶୀରେ ମହେଶ ସ୍ୱାମୀ, ନାଟୁଭଙ୍ଗମରେ ନଭ୍ୟଶ୍ରୀ କେ.ଏନ ଏବଂ କଣ୍ଠରେ ଆର. ରଘୁରାମ ସହଯୋଗ କରିଥିଲେ । ଦ୍ୱିତୀୟ ପରିିବେଷଣରେ ଥିଲା ବିଶିଷ୍ଟ ସୀତାର ବାଦକ ନିଳାଦ୍ରୀ କୁମାରଙ୍କ ଦ୍ୱାରା ସୀତାର ବାଦନ । ସେ ବିଭିନ୍ନ ତାଳ ଓ ରାଗ ସମ୍ମାନୟରେ ସୀତାର ବାଦନ ପରିବେଷଣ କରି ଶ୍ରୋତାମାନଙ୍କୁ ବିଭୋର କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ତବଲାରେ ଯଶବନ୍ତ ବୈଷ୍ଣବ ।

ଏହି ନୃତ୍ୟ, ସଙ୍ଗୀତ ଏବଂ ପୁରସ୍କାର ଉତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପରେ ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏହି ଉତ୍ସବର ପରିକଳ୍ପନା ସୃଜନ ନିିଦ୍ଦେର୍ଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଦେବୀପ୍ରସାଦ ମିଶ୍ରଙ୍କ କରିଛନ୍ତି । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ ।

Leave A Reply

Your email address will not be published.