Latest Odisha News

BREAKING NEWS

ଗୁରୁ ରନ୍ଧାୱାଙ୍କ ସହ କିଏ ଏହି ରହସ୍ୟମୟୀ ଯୁବତୀ ?

ମୁମ୍ବାଇ: ନିର୍ବନ୍ଧ କଲେ କି ପଂଜାବୀ ସିଙ୍ଗର ତଥା ଅଭିନେତା ଗୁରୁ ରନ୍ଧାୱା ? କିଏ ଏହି ରହସ୍ୟମୟୀ ଯୁବତୀ ? ପଂଜାବୀ ସିଙ୍ଗର ଗୁରୁ ଏହି ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିବା ପରେ କିଛି ଏପରି ପ୍ରଶ୍ନ ଇଣ୍ଟରନେଟରେ ଭାଇରାଲ୍ ହୋଇଛି । ଏପରିକି ଗୁରୁଙ୍କ ଫ୍ୟାନମାନେ ବି ଦ୍ୱନ୍ଦରେ ପଡିଛନ୍ତି ।

ଅନେକ ଅନୁମାନ କରିଛନ୍ତି ଚଳିତବର୍ଷ କୁଆଡେ ଗୁରୁ ରନ୍ଧାୱା ବିବାହ କରିବେ । ହେଲେ ସତ କ’ଣ ତାହା ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନି । ଏହି ଫଟୋରେ ଗୁରୁ ଜଣେ ଅଜଣା ଯୁବତୀଙ୍କ ସହ ଫଟୋ ସେୟାର କରି କ୍ୟାପ୍ସନ୍ ଦେଇଛନ୍ତି ନୂଆ ବର୍ଷ, ନୂଆ ଆରମ୍ଭ । ତେବେ ଯୁବତୀଙ୍କ ପରିଚୟକୁ ଗୁରୁ ବେଶ ଚତୁରତାର ଲୁଚାଇ ରଖିଛନ୍ତି ।

 

View this post on Instagram

 

A post shared by Guru Randhawa (@gururandhawa)

ଗୁରୁଙ୍କ ଏହି ପୋଷ୍ଟକୁ ନେଇ ଅନେକ ସେଲିବ୍ରିଟି ବଧେଇ ଜଣାଇଛନ୍ତି । ଏହି ତାଲିକାରେ ନୋରା ଫତେହୀଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ଅରବିନ୍ଦର ଖେରା ବି ସାମିଲ ଅଛନ୍ତି । ତେବେ କେବଳ ଏହି ଫଟୋ ପାଇଁ ନୁହେଁ । ନିକଟରେ ଏକ କ୍ଲବରୁ ୩୪ ଜଣ ସେଲିବ୍ରିଟି ଗିରଫଦାରୀରେ ଗୁରୁ ବି ସାମିଲ ଥିଲେ । ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଲାଗିଥିବା ନେଇ ସେ ଅଜଣା ଥିବାରୁ ଏପରି ଘଟିଥିବା ଗୁରୁ ସଫେଇ ଦେଇଥିଲେ ।

ବ୍ୟକ୍ତିଗତ ଜୀବନକୁ ବାଦ୍ ଦେଲେ ଶେଷଥର ପାଇଁ ଗୁରୁଙ୍କୁ ବାଦଶାହଙ୍କ ଗୀତ ହିଲେଁ ଟୁଟ୍ ଗୟୀରେ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ସେ ନିଜର ନୂଆ ଆଲବମ ରିଲିଜ କରିବା ନେଇ ଏକ ପୋଷ୍ଟ ବି ସୋସିଆଲ ମିଡିଆରେ ସେୟାର କରିଥିଲେ ।

Leave A Reply

Your email address will not be published.