Latest Odisha News

BREAKING NEWS

କପିଲ ଶର୍ମାଙ୍କୁ ସମନ୍ ଜାରି କଲା ମୁମ୍ବାଇ କ୍ରାଇମ୍ ବ୍ରାଂଚ

ମୁମ୍ବାଇ: କମେଡି କିଙ୍ଗ୍ କପିଲ ଓ କଣ୍ଟ୍ରୋଭର୍ସି । ଏହି ଦୁଇଟି ଶବ୍ଦ ଦର୍ଶକଙ୍କ ପାଇଁ କିଛି ନୂଆ ନୁହେଁ । ପୂର୍ବରୁ ରାତି ଅଧିଆ ଟୁଇଟ୍‌, କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ସହ ଝଗଡା ଓ କମେଡି ନାଇଟ୍ସ ଭଳି ସୋର ପ୍ରାପ୍ୟ ପାଇଁ କପିଲ ବିବାଦରେ ଥିଲେ । ହେଲେ ଏବେ ଏକ ନୂଆ ବିବାଦ ପାଇଁ କପିଲଙ୍କୁ ମୁମ୍ବାଇ କ୍ରାଇମ୍ ବ୍ରାଂଚ ସମନ୍ ଜାରି କରିଛି ।

ବ୍ୟକ୍ତିଗତ କାରଣ ନୁହେଁ । କାର ଡିଜାଇନର ଦିଲ୍ଲୀପ ଛାବରିଆ ଠକେଇ ଓ ବେଆଇନ କାରବାର ମାମଲାରେ ସାକ୍ଷୀ ଦେବା ପାଇଁ କପିଲଙ୍କୁ ମୁମ୍ବାଇ କ୍ରାଇମ୍ ବ୍ରାଂଚ ତରଫରୁ ଆଜି ଡାକରା ମିଳଛି । ମୁମ୍ବାଇ କ୍ରାଇମ୍ ବ୍ରାଂଚରେ କପିଲ ନିଜ ବୟାନ୍ ଦାଖଲ କରିଥିବା ଜଣାପଡିଛି ।

ଗୋଟିଏ ନମ୍ବରରେ ଏକାଧିକ କାର୍ ରେଜଷ୍ଟ୍ରେସନ ଓ ବିଭିନ୍ନ୍ ବେଆଇନ କାରବାରରେ ଲିପ୍ତ ଥିବା ନେଇ ଦିଲ୍ଲୀପ ଛାବରିଆଙ୍କ ନାଁ ସାମ୍ନାକୁ ଆସିଥିଲେ । ରାକେଟର ପର୍ଦ୍ଦାଫାସ୍ ହେବା ପରେ ଡିସେମ୍ବର ୨୮ରେ ତାଙ୍କୁ ଗିରଫ କରାଯାଇଥିଲା ।

ଅଭିଯୁକ୍ତ ଛାବରିଆ ଭାରତର ପ୍ରଥମ ସ୍ପୋର୍ଟସ୍ କାର ଡିଜାଇନ କରିଥିଲେ । ଅମିତାଭ ଓ ଶାହରୁଖଙ୍କ ପାଇଁ ମଧ୍ୟ ସେ ବିଳାଶମୟ ଭ୍ୟାନିଟି ଭ୍ୟାନ୍ ନିର୍ମାଣ କରିଥିଲେ । ଏହି ଧାରାରେ କପିଲ ମଧ୍ୟ ନିଜ ପାଇଁ ଏକ ଭ୍ୟାନିଟି ଭ୍ୟାନ୍ ଦିଲ୍ଲୀପଙ୍କ ନିକଟରୁ ନିର୍ମାଣ କରାଇଥିଲେ । ଏହି କାରଣରୁ ମୁମ୍ବାଇ କ୍ରାଇମ୍ ବ୍ରାଂଚ ତାଙ୍କୁ ପଚରାଉଚରା ପାଇଁ ଡାକରା ଦେଇଥିଲା ।

Leave A Reply

Your email address will not be published.