Latest Odisha News

ଗୁରବାରରେ ମାନନ୍ତୁ ଏହିସବୁ କଥା, ଧନଧାନ୍ୟରେ ଘର ପୁରି ଉଠିବ

ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ ହୋଇ ଥିବାରୁ ଦେବଗୁରୁଙ୍କ ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ। ତେଣୁ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ।

-ଗୁରୁବାରକୁ ମା’ ଲକ୍ଷ୍ମୀଙ୍କ ବାର ବୋଲି ମଧ୍ୟ କୁହାଯାଏ। ତେଣୁ ଏହି ଦିନ ଏକ ଲାଲ୍ ରଙ୍ଗର କପଡ଼ା ଉପରେ କିଛି ଶ୍ୱେତ ଧାନ ବିଛାଇ ଲକ୍ଷ୍ମୀଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ। କିଛି ଶ୍ୱେତ ପୁଷ୍ପ ମଧ୍ୟ ମା’ଙ୍କ ଉପରେ ଚଢ଼ାନ୍ତୁ।

– ସକାଳେ ଉଠିବା ପରେ ବାସି ବିଛଣା ପଡ଼ିଥିବା ଅବସ୍ତାରେ ପୂଜା କରନ୍ତୁ ନାହିଁ। ପ୍ରଥମେ ବାସି ବିଛଣା ଉଠାଇ ଘରକୁ ଝାଡ଼ୁ କରନ୍ତୁ। ପରେ ଘର ପୋଛିବା ପରେ ସ୍ନାନ କରି ପୂଜା ଆରମ୍ଭ କରନ୍ତୁ।

– ମନେ ରଖନ୍ତୁ, ପ୍ରଥମେ ତୁଳସୀ ଚଉରା ନିକଟରେ ବୃନ୍ଦାବତୀଙ୍କୁ ପୂଜା କରିବା ପରେ ଠାକୁର ଘରେ ପୂଜା କରିବେ।

– ଗୁରୁବାର ଭୁଲ୍‌ରେ ବି ଘରେ ଆମିଷ ରାନ୍ଧନ୍ତୁ ନାହିଁ କି ଖାଆନ୍ତୁ ନାହିଁ।

– ଗୁରୁବାର ଦିନ ୧୨ଟା ପରେ କାହାକୁ ବି ଭିକ ଦିଅନ୍ତୁ ନାହିଁ। ଏହି ବାରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ଏପରି କଲେ ଘରୁ ଲକ୍ଷ୍ମୀ ଛାଡ଼ିଯା’ନ୍ତି ବୋଲି କୁହାଯାଏ।

Leave A Reply

Your email address will not be published.