Latest Odisha News

BREAKING NEWS

ଜୟଦେବ ଭବନ ପାଠାଗାର: ଜ୍ଞାନ ଆହରଣର ଏକ ଅନନ୍ୟ ପୀଠ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ୱାବଧାନରେ ପରିଚାଳିତ ଭୁବେନେଶ୍ୱରସ୍ଥିତ ଜୟଦେବ ଭବନ ତଥା ପୂର୍ବରୁ ନାମିତ ସୂଚନା ଭବନରେ ଥିବା ପାଠାଗାର ୧୯୭୬ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା ।

ସ୍ୱଳ୍ପ ସଂଖ୍ୟକ ପୁସ୍ତକକୁ ନେଇ ଆରମ୍ଭ ହୋଇଥିବା ଏହି ପାଠାଗାର କାଳକ୍ରମେ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳର ସାଧାରଣ ପାଠକ ପାଠିକା, ଜ୍ଞାନ ପିପାଷୁ, ଉଚ୍ଚତର ଶିକ୍ଷା ଅନୁସନ୍ଧିତ୍ସୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନରେ ପରିଣତ ହୋଇଛି ।

ବୃତ୍ତିଗତ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିବା ପରୀକ୍ଷାର୍ଥୀ, ଶିକ୍ଷା ଓ ଗବେଷଣାରତ ଉଦୀୟମାନ ଯୁବଗୋଷ୍ଠୀଙ୍କ ମାର୍ଗଦର୍ଶକ ଓ ଜ୍ଞାନ ଆହରଣର କେନ୍ଦ୍ରବିନ୍ଦୁ ଭାବେ ଏହି ପାଠାଗାର ନି ଜର ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଛି ।

ଦୀର୍ଘ ୪ ଦଶନ୍ଧିରୁ ଊଦ୍ଧ୍ୱର୍କାଳ ମଧ୍ୟରେ ଜୟଦେବ ଭବନ ପାଠାଗାରର କଳେବର ବୃଦ୍ଧି ପାଇଥିବା ବେଳେ ଏହା ଓଡ଼ିଶା ତଥା ଦେଶର ବହୁ ସୁନାମଧନ୍ୟ ବିଦ୍ୱାନ ସୁପ୍ରତିଷ୍ଠିତ, ସୁଲେଖକ, ସାହିତି୍ୟକ, ବକ୍ତା ଆଦି ବିଶିଷ୍ଟ ବ୍ୟକ୍ତିତ୍ୱ ସୃଷ୍ଟି କରିଛି କହିଲେ ଅତୁ୍ୟକ୍ତି ହେବ ନାହିଁ ।

ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ଅଗଣିତ ସୁପ୍ରତିଷ୍ଠିତ ବ୍ୟକ୍ତିବିଶେଷ ତଥା ରାଜ୍ୟ ଏବଂ ଦେଶର ବହୁ ଉଚ୍ଚପଦବୀରେ ଥିବା ବ୍ୟକ୍ତିତ୍ୱ ଏକଦା ଥିଲେ ଏହି ପାଠାଗାରର ନିୟମିତ ପାଠକ / ପାଠିକା । ସାମ୍ପ୍ରତିକ ପରିସ୍ଥିତିରେ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ନିମନ୍ତେ

ବହୁ ଦୁର୍ମୂଲ୍ୟ ତଥା ବିରଳ ପୁସ୍ତକ ଗୋଟିଏ ସ୍ଥାନରେ ପାଇବା ଅତ୍ୟନ୍ତ ସୌଭାଗ୍ୟର ବିଷୟ ଯାହାକି ରାଜ୍ୟ ସରକାରଙ୍କ ଜୟଦେବ ଭବନ ପାଠାଗାର ମାଧ୍ୟମରେ ସମ୍ଭବ ହୋଇପାରିଛି ।

କେବଳ ପାଠ୍ୟକ୍ରମ ପୁସ୍ତକରେ ସୀମିତ ନରହି, ବାହ୍ୟ ଜ୍ଞାନର ବିକାଶ ସାଧନା ନିମନ୍ତେ ଅନୁନ୍ୟ ୨୦,୦୦୦ରୁ ଊଦ୍ଧ୍ୱ ସଂଖ୍ୟକ ପୁସ୍ତକର ଗନ୍ତାଘର ଭାବେ ଆଜି ଜୟଦେବ ଭବନ ପାଠାଗାର ନିଜର ସ୍ୱାତନ୍ତ୍ର୍ୟ ବଜାୟ ରଖିପାରିଛି ।

ନିୟମିତ ଭାବେ ଅନୁନ୍ୟ ୧୫୦ରୁ ଊଦ୍ଧ୍ୱ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରତ୍ୟହ ସକାଳ ୮ ଘଣ୍ଟାରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଏହି ପାଠାଗାରରେ ଅଧ୍ୟୟନ କରୁଥିବା ଅତ୍ୟନ୍ତ ଗୌରବର ବିଷୟ ।

ବିଭିନ୍ନ ସମୟରେ ବିଭାଗୀୟ ମନ୍ତ୍ରୀ, ଶାସନ ସଚିବ ତଥା ଉଚ୍ଚ କର୍ତ୍ତୃପକ୍ଷ ଏହି ପାଠାଗାରକୁ ପରିଦର୍ଶନ କରିବା ସହ ପାଠକ ପାଠିକାମାନଙ୍କ ସହ ଆଲୋଚଣ ଜରିଆରେ ବିବିଧ ସମସ୍ୟା ନିରାକରଣ ଦିଗରେ ଯତ୍ନବାନ ହୋଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ପାଠକ ପାଠିକାମାଙ୍କ କ୍ରମବର୍ଦ୍ଧିଷ୍ଣୁ ଉପସ୍ଥିତିକୁ ନଜରରେ ରଖି ଇତ୍ୟବସରରେ ଜୟଦେବ ଭବବରେ କାର୍ଯ୍ୟ କରୁଥିବା ପୁରାତନ ପାଠାଗାରକୁ ୧୪ ଅକ୍ଟୋବର ୨୦୧୯ ଠାରୁ ଗୀତଗୋବିନ୍ଦ ସଦନର ଉପର ମହଲାକୁ ସ୍ଥାନାନ୍ତରିତ କରାଯାଇଛି ।

ଏହି ପାଠାଗାରର ମହତ୍ତ୍ୱ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ଅଧିକ ସଂଖ୍ୟକ ପତ୍ରପତ୍ରିକା ମହଜୁଦ୍‌ ରଖାଯିବା, ନିୟମିତ ପାଠକ ପାଠିକାମାନଙ୍କ ଲାଇବ୍ରେରୀକୁ ପ୍ରବେଶ ସୁଗମ ନିମନ୍ତେ ଅତ୍ୟାଧୁନିକ ବାରକୋର୍ଡ ଯୁକ୍ତ ପ୍ରବେଶପତ୍ର ବା ପରିଚୟପତ୍ର ଲାଗୁ କରାଯିବା, ପାଠାଗାରରେ ସି.ସି.ଟିଭିର ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା, ଇ-ଲାଇବ୍ରେରୀର କ୍ୟାଟଲଗିଙ୍ଗ୍‌ ଓ କମ୍ପୁ୍ୟଟରୀକରଣ ବ୍ୟବସ୍ଥା ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଅନ୍ତର୍ଗତ ରାଜ୍ୟରେ ଥିବା ସମସ୍ତ ଲାଇବ୍ରେରୀରେ ଇ-ଲାଇବ୍ରେରୀର ଅତିରିକ୍ତ ସୁବିଧା ଉପଲବ୍ଧ ନିମନ୍ତେ ପଦକ୍ଷେପ ନିଆଯାଉଛି, ଫଳରେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ପୁସ୍ତକ ଅଧ୍ୟୟନର ଏକ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ । ଏହି ଅନନ୍ୟ ପାଠାଗାର ସୁବିଧା ଉପଯୋଗ କରି ଦେଶ ତଥା ରାଜ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଏକ ଡାଇରେକ୍‌ଟୋରୀ ପ୍ରସ୍ତୁତି ପ୍ରସ୍ତାବ ଉପରେ ବିଭାଗୀୟ ଶାସନ ସଚିବ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଏହା ଉପରେ ଆଗାମୀ ଦିନରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.