Latest Odisha News

BREAKING NEWS

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା, ଆସନ୍ତା କାଲିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ

ପୁରୀ: ଆଜି ପବିତ୍ର କୁମାରପୂର୍ଣ୍ଣିମା । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସେପଟେ ଆସନ୍ତା କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ସେଥିପାଇଁ ଚଳଚଞ୍ଚଳ ଜଗନ୍ନାଥ ଧାମ । ବ୍ରତ କରିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି ହବିଷ୍ୟାଳି ।

ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ମଧ୍ୟାହ୍ନଧୂପ ଶେଷ ହେବାପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯାଇଥିଲା। ଏହାପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ବିଜେ ହୋଇ ଚଉଦୋଳରେ ବାଲିସାହି ସ୍ଥିତ ଭୃଗୁ ଆଶ୍ରମକୁ ଯାଇଥିଲେ ଓ ସେଠାରେ ପନ୍ତିଭୋଗ ଓ ବନ୍ଦାପନା ନୀତି ସରିବା ପରେ ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିରକୁ ଫେରିଥିଲେ । ବଡସିଂହାର ଭୋଗ ସରିଲେ ରତ୍ନସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡି ଖେଳ ହେବ । ଶ୍ରୀମନ୍ଦିରର ପରମ୍ପରାରେ ଏହା ଏକ ଦ୍ୟୁତକ୍ରୀଡା । ସର୍ତ୍ତ ଅନୁଯାୟୀ ଏହି ଦ୍ୟୁତ କ୍ରୀଡାରେ ମା ମହାଲକ୍ଷ୍ମୀଙ୍କ ଠାରୁ ଜଗନ୍ନାଥ ମହାପ୍ରଭୁ ହାରିଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ ।  ଅଷ୍ଟମୀ ଦିନ ଅବକାଶ ପୂଜା ସମୟରେ ପୁନଃ ମାଧବ ସିଂହାସନରେ ବିଜେ କରିବେ ।

ସେପଟେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଧର୍ମମାସ କାର୍ତ୍ତିକ । ହବିଷ୍ୟାଳି ମାନେ ଦୀର୍ଘ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ । ଏକମାସ ବ୍ୟାପି ବିଭିନ୍ନ ତୀର୍ଥ ପୁଷ୍କରିଣୀ ବା ମହୋଦଧୀରେ ସ୍ନାନ କରିବା ସହ ରାଧାଦାମୋଦର ପୂଜା କରି ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇ ପୁଣ୍ୟ ଅର୍ଜନ କରିବେ ହବିଷ୍ୟାଳି ମାନେ । ଆସନ୍ତାକାଲି ଠାରୁ ସଂକଳ୍ପ କରି ହବିଷ୍ୟାଳି ମା ମାନେ ସେମାନଙ୍କ କାର୍ତ୍ତିକ ବ୍ରତ ଆରମ୍ଭ କରିବେ । ସେପଟେ ଆସନ୍ତାକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଯୋଗେ ହବିଷ୍ୟାଳିଙ୍କ ପାଇଁ ହୋଇଥିବା ଶିବିର ଉଦଘାଟନ କରିବେ ।

Leave A Reply

Your email address will not be published.