Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ, ଆଶୁ ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ମୁମ୍ବାଇ: ବିଗିଡିଗଲା କି ଅଭିନେତ୍ରୀ ହିନା ଖାନଙ୍କ ସ୍ଵାସ୍ଥ୍ୟ । ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ । ଡାକ୍ତରଖାନାରେ ଥିବା ବେଳେ ଏକ ଫଟୋକୁ ହିନା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯାହାକୁ ଦେଖି ଚିନ୍ତାରେ ପଡିଯାଇଛନ୍ତି ହିନାଙ୍କ ଫ୍ୟାନ୍ସ । ବର୍ତ୍ତମାନ ସମସ୍ତେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ଜାଣିବାକୁ ଚାହୁଁଥିବା ବେଳେ ପୋଷ୍ଟର କମେଣ୍ଟରେ ହିନାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ହିନା ନିକଟରେ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟଟିରେ ହିନା ହସ୍ପିଟାଲର ପୋଷାକ ଏବଂ ବାମ ହାତରେ ଟେପ୍ ପିନ୍ଧି ଏକ ମିରର ଆଗରେ ମୁହଁକୁ ପାଉଚ କରି ସେଲଫି ନେଇଛନ୍ତି । ପୋଷ୍ଟଟିର କ୍ୟାପସନରେ ହିନା ଲେଖିଛନ୍ତି ‘ଆପଣ ଯେଉଁଠାରେ ବି ଥାଆନ୍ତୁ ନା କାହିଁକି, କେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଯଦି ଆପଅଙ୍କୁ ଏକ ମିରର ମିଳେ ତେବେ ମିରର ସେଲଫି ନେବାକୁ ଭୁଲନ୍ତୁ ନାହିଁ ‘ । ତେବେ ଅଭିନେତ୍ରୀ କାହିଁକି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ । ହେଲେ ପୋଷ୍ଟ ଦେଖିବା ପରେ ହିନା ଖାନଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।

ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନା ଖାନ ବଲିଉଡର ଛୋଟ ପରଦା ସହିତ ଜଡିତ ରହିଛନ୍ତି । ଅଭିନେତ୍ରୀ ସକରାତ୍ମକ ଠାରୁ ନକାରାତ୍ମକ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଭୂମିକାରେ ତାଙ୍କ ପ୍ରଶଂସକଙ୍କୁ ଆକର୍ଷିତ କରିଥାନ୍ତି । ହିନା ତାଙ୍କ ଶୋ ‘ୟେ ରିସ୍ତା କିୟା କେହେଲାତା ହୈ’ ସହିତ ଲୋକପ୍ରିୟତା ହାସଲ କରିଥିଲେ ଏବଂ ସେବେଠାରୁ ସେ ଆଉ ପଛକୁ ଚାହିଁ ନଥିଲେ । ସେ ନିଜ ଫ୍ୟାଶନ୍, ଷ୍ଟାଇଲରେ ମାଧ୍ୟମରେ ଲୋକଙ୍କ ମନ ଜିଣନ୍ତି ।

Leave A Reply

Your email address will not be published.