Latest Odisha News

BREAKING NEWS

ଯୁବକଙ୍କ ମୁଣ୍ଡ ଭିତରୁ ବାହାରିଲା ଦୁଇଟି ଚପ୍‌ଷ୍ଟିକ୍‌

ଭିଏତନାମ: ନିକଟରେ ଭିଏତନାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୁଣ୍ଡରୁ ବାହାରିଛି ଦୁଇଟି ଚପ୍‌ଷ୍ଟିକ୍ । ଏହାଦେଖିବା ପରେ ଯୁବକଙ୍କ ଘର ଲୋକ ଓ ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅପରେସନ ପରେ ଏହି ଦୁଇଟି ଚପ୍‌ଷ୍ଟିକ୍‌କୁ ବାହାର କରିବାରେ ଡ଼ାକ୍ତରମାନେ ସଫଳ ହୋଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଯୁବକଙ୍କ ପ୍ରାୟ ୫ ମାସ ହେଲାଣି ପ୍ରବଳ ମୁଣ୍ଡବିନ୍ଧା ହେଉଥିଲା । ମୁଣ୍ଡବିନ୍ଧା ଅସହ୍ୟ ହେବାରୁ ସେ ଗତ ୨୫ ତାରିଖରେ ଚିକିତ୍ସା ପାଇଁ ଡୋଙ୍ଗ ହୋଇର କ୍ୟୁବା ଫ୍ରେଣ୍ଡସିପ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରବଳ ମୁଣ୍ଡବ୍ୟଥା ହେବା ସହ ତରଳ ପଦାର୍ଥ ନିର୍ଗତ ହେବା ନେଇ ଡାକ୍ତରଙ୍କୁ କହିଥିଲେ । ସିଟି ସ୍କାନ କରିବା ପରେ ଜଣାପଡିଥିଲା ଯେ, ଯୁବକ ଜଣକ ଟେନସନ ନିମୋସେଫାଲସ ରୋଗରେ ପୀଡିତ । ଏହି ବିରଳ ସ୍ନାୟୁଗତ ଅବସ୍ଥା ଇଣ୍ଟାକ୍ରାନିଆଲ ଚାପର ବିପଜ୍ଜନକ ବୃଦ୍ଧି ଦ୍ୱାରା ହୋଇଥାଏ ।

କେବଳ ସେତିକି ନୁହେଁ, ଡ଼ାକ୍ତରମାନେ ପରେ ଯାହା ଦେଖିଲେ ତାଜୁବ୍ ହୋଇଗଲେ । ମୁଣ୍ଡ ଭିତରେ ଏକ ଯୋଡା ଚପ୍‌ଷ୍ଟିକ ରହିଛି । ଯାହା ତାଙ୍କ ନାକ ବାଟେ ମସ୍ତିଷ୍କରେ ପହଞ୍ଚିଥିଲା । ପରେ ନାକ ମାଧ୍ୟମରେ କରାଯାଇଥିବା ଏଣ୍ଡୋସ୍କୋପିକ ସର୍ଜରୀ ମାଧ୍ୟମରେ ଡାକ୍ତରମାନେ ଚପଷ୍ଟିକ୍‌କୁ ସଫଳତାର ସହ ବାହାର କରିବାରେ ସକ୍ଷମ ହୋଇଥିଲେ । ଯୁବକ ଜଣକ କହିଛନ୍ତି ଯେ, ୫ ମାସ ପୂର୍ବରୁ ଭିଏତନାମରେ ମଦ୍ୟପାନ କରିବା ସମୟରେ ତାଙ୍କର ଅନ୍ୟ କିଛି ଯୁବକଙ୍କ ସହ ଝଗଡା ହେବା ସହ ମାରପିଟ୍ ହୋଇଥିଲା । ଏହି ସମୟରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିବା ସହ ନାକରେ ଚପ୍‌ଷ୍ଟିକ ପଶି ଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.