Latest Odisha News

BREAKING NEWS

ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସରେ ଯାଉଛି ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଆମ୍ବୁଲାନ୍ସକୁ ଜରୁରୀକାଳୀନ ସେବା ପାଇଁ ନିୟୋଜିତ କରାଯାଇଥାଏ । ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଯଥାଶୀଘ୍ର ହସ୍ପିଟାଲ ପହଞ୍ଚାଇଥାଏ ଆମ୍ବୁଲାନ୍ସ । ଏବେ ଆମ୍ବୁଲାନ୍ସକୁ ନେଇ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରୋଗୀ ପରିବର୍ତ୍ତେ ଆମ୍ବୁଲାନ୍ସ ମାଛ ନେଇ ଯାଉଥିବା କହିଲେ କଣ ଆପଣ ବିଶ୍ୱାସ କରିବେ । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଉରଇ ଜିଲା ରାମପୁରାରେ ।

ରାମପୁରା ରାସ୍ତା ଦେଇ ଗୋଟେ ଆମ୍ବୁଲାନ୍ସ ବାରବାର ଯାଉଥିଲା । ଏହାକୁ ଦେଖି ପୋଲିସ ସନ୍ଦେହ କରିଥିଲା । ପୋଲିସ ଆମ୍ବୁଲାନ୍ସକୁ ଅଟକାଇଥିଲେ । ପରେ ଗାଡିକୁ ଯାଞ୍ଚ କରିବା ସମୟରେ ସେମାନେ ଭିତରର ଦୃଶ୍ୟ ଦେଖି ତାଜୁବ ହୋଇଯାଇଥିଲେ । ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଷ୍ଟ୍ରେଚରରେ ରୋଗୀ ବଦଳରେ ତିନି ବ୍ୟାଗ ମାଛ ରଖାଯାଇଥିବା ଦେଖିବାକୁ ମିଳିଥିଲା ।

ପୋଲିସ ଏହି ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗିରଫ କରିବା ସହ ଗାଡିକୁ ଜବତ କରିଛି । ଏନେଇ ଥାନାରେ ଏକ ମାମଲା ରୁଜୁ ବି କରିଛି । ଏହା ଚୋରି ମାଛ ନା କେଉଁଠୁ ବରାଦ କରାଯାଇଛି ସେ ସମ୍ପର୍କରେ ଡ୍ରାଇଭରଙ୍କୁ ପୋଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.