Latest Odisha News

ଚାଷ ଉଜାଡ଼ିଲା କୁଆପଥର, ତରଭୁଜ କ୍ଷେତରେ ଟ୍ରାକ୍ଟର ବୁଲାଇଲେ ଚାଷୀ

ବରଗଡ଼: ଲଗାତାର କାଳବୈଶାଖୀ ବର୍ଷା ଓ କୁଆପଥର ବର୍ଷା ପରେ ଉଜୁଡ଼ି ଯାଇଛି ଚାଷ । ଗୋଟିଏ ପଟେ ଚାଷ ଉଜୁ଼ଡ଼ି ଯାଇଥିବା ବେଳେ ଅଭାବୀ ବିକ୍ରି ଚାଷୀର ମରୁଦେଣ୍ଡ ଭାଙ୍ଗି ଦେଇଛି । ଚାଷରେ ଖର୍ଚ୍ଚ ହୋଇଥିବା ଟଙ୍କା ଠାରୁ ବିକ୍ରି ମୂଲ୍ୟ କମ୍ ହେବାରୁ ବରଗଡ଼ର ଚାଷୀ ତରଭୁଜ କ୍ଷେତରେ ଟ୍ରାକ୍ଟର ଚଢ଼ାଇ ଦେଇଛନ୍ତି ।

ସୂଚନା ଅନୁସାରେ, କାଳବୈଶାଖୀ ବର୍ଷାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ବେଳେ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ବରଗଡ଼ ଜିଲ୍ଲାର ପଦମପୁର କୁଡ଼ୋପାଲି ଅଞ୍ଚଳର ଚାଷୀ କ୍ଷୀରୋଦ ମୁନା ତିନି ଏକର ଜମିରେ ତରଭୁଜ ଚାଷ କରିଥିଲେ ।

ତରଭୁଜ ଚାଷରେ ପ୍ରାୟ ୯୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ କ୍ଷୀରୋଦ । ଆଶା ରଖିଥିଲେ ଚାଷରୁ ଚଳିତ ବର୍ଷ ଭଲ ଅମଳ ହେବ । କିନ୍ତୁ କାଳବୈଶାଖୀ ବର୍ଷା ସବୁ ଆଶା ଉଜାଡ଼ି ଦେଲା । କୁଆପଥର ମାଡ଼ ଯୋଗୁଁ ଫଳ ବଢ଼ି ପାରିଲାନି । ବର୍ଷାରେ ନଷ୍ଟ ପରେ ଯାହା ଅମଳ ହେଲା ତାର ଉଚିତ୍ ଦର ବି ମିଳିଲାନି ।

ଫଳରେ ବାଧ୍ୟ ହୋଇ କ୍ଷୀରୋଦ ଚାଷ ଜମିରେ ଟ୍ରାକ୍ଟର ବୁଲାଇ ଦେଇଥିବା କହିଛନ୍ତି । କ୍ଷୀରୋଦଙ୍କ ଭଳି ଅଞ୍ଚଳର ଅନେକ ଚାଷୀଙ୍କ ଫସଲ ବର୍ଷାରେ ନଷ୍ଟ ହୋଇଥିବା ବେଳେ ସେମାନେ ଚିନ୍ତାରେ ପଡ଼ିଛନ୍ତି ।

Leave A Reply

Your email address will not be published.