Latest Odisha News

BREAKING NEWS

କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି: ଆର୍ମଡ ପୋଲିସ ରିଜର୍ଭ (APR)ରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ମାଲକାନଗିରି ଜିଲ୍ଲା ଏମଭି-୪୨ ଗାଁରୁ ମିଳିଛି । ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତକ ଜଣଙ୍କ ସୁଶାନ୍ତ ହଳଦଧର । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ସୁଶାନ୍ତଙ୍କ ଘର ହୋଇଥିବା ବେଳେ ସେ ଏମଭି-୪୨ରେ ବିବାହ କରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମୃତକଙ୍କ ପକେଟରୁ କିଛି ହାତଲେଖା ଜବତ କରାଯାଇଛି । ସୁଶାନ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ ।

Leave A Reply

Your email address will not be published.